ପାଟଣାଗଡ: ୨୩/୧୨ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ଗମ୍ଭାରୀ ଗ୍ରାମର ଧାନ ବିକ୍ରୟ କେନ୍ଦ୍ରରେ ମିଲାରଙ୍କ ମନମାନି ଯୋଗୁଁ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଥିବା ଅଭିଯୋଗ ହେଉଛି। ପ୍ରାପ୍ତ ସୂଚନା ଅନୁସାରେ ଚଳିତ ବର୍ଷ ଗମ୍ଭାରୀ ସେବା ସମବାୟ ସମିତି ରେ ୪୧୬ ଜଣ ଚାଷୀ ଧାନ ବିକ୍ରୟ ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ । ସେଥି ମଧ୍ୟରୁ ୪୦୦ ଜଣଙ୍କ ଟୋକନ୍ ଆସିଥିବା ଜଣାପଡିଛି ।
ସମୁଦାୟ ୯ ହଜାର ୪୦ କୁଇଁଣ୍ଟ।ଲ ଧାନ ସେବ ସମାବାୟ ସମିତି ରୁ କିଣାଜିବା ପାଇଁ ତାର୍ଗେଟ ଆସିଥିବା ବେଳେ ୫ ହଜାର ୨୨୮ କୁଇଁଣ୍ଟାଲ ଧାନ ସେବା ସମବାୟ ସମିତିରେ କିଣା ସାରିଥିବା ସୂଚନା ମିଳିଛି । ହେଲେ ଚାଷୀ ମାନେ ନିଜ କଷ୍ଟ ଉପାର୍ଜିତ ଧାନ କୁ ଧାନ ବିକ୍ରୟ କେନ୍ଦ୍ର କୁ ବିକ୍ରି କରିବାପାଇଁ ଆଣୁଛନ୍ତି । କିନ୍ତୁ ମିଲ ମାଲିକ ଧାନ ନେବା ପାଇଁ ଧାନ ବୋଝେଇ ଗାଡି ପଠାଉ ନଥିବାରୁ ଧାନ ମାନ ଖୋଲା ଆକାଶରେ ପଡିରହିଥିବା ଦେଖିବାକୁ ମିଳୁଛି। ଗ୍ରାମର ବହୁ ଦୁରରେ ଧାନ ବିକ୍ରୟ କେନ୍ଦ୍ର ରହିଥିବାରୁ ।
ନିଛାଟିଆ ସ୍ଥାନରେ ଚାଷୀ ମାନେ ରାତ୍ର ସମୟରେ ନିଜ ଧାନକୁ ଯୋଗିବା ପାଇଁ ଉଚିତ୍ ମାଣୁ ନାହାନ୍ତି । ଅନ୍ୟପକ୍ଷରେ ଧାନ ବିକ୍ରୟ ରେ ଡେରୀ ହେଉଥିବାରୁ ଚାଷୀଙ୍କ ଟୋକନ କଟିଯିବାର ସମ୍ଭାବନା ରହିଛି । ଯଦି ଚାଷୀଙ୍କ ଟୋକନ କାଟ ଗଲେ ଚାଷୀ ନିଜ ଧାନକୁ କେଉଁଠି ବିକ୍ରୟ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ପ୍ୟସ୍କ୍ ସମ୍ପାଦକ ଲୋକନାଥ ରଣା ଙ୍କୁ ପଚାରିବାରୁ ମିଲ ମାଲିକ ଗାଡି ପଠଉ ନଥିବାରୁ ଧାନ ପଡିରହିଥିବା ପ୍ରକାଶ କରିଛନ୍ତି।