ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ପ୍ରାୟ ଅଧ କୋଟି ଟଙ୍କାର ସୁନା,କ୍ୱାଲାଲୁମ୍ପୁରରୁ ଆଣିଥିଲେ କେରଳର ଯାତ୍ରୀ

374 0

ଭୁବନେଶ୍ୱର ୧୪|୧୧: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ଲଷ ଟଙ୍କା ବୋଲି କୁହାଯାଉଛି । ୧ କିଲୋ ୩ଶହ ୧୦ ଗ୍ରାମର ସୁନା ଜବତ ହୋଇଛି ।ମାଲେସିଆର ରାଜଧାନୀ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏତେ ପରିମାଣର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ। ଜବତ ସୁନାର ଓଜନ ୧ କେଜି ୩ ଶହ ଗ୍ରାମ୍ ହେବ।

କେରଳ କୋଝିକଡ଼ର ଜଣେ ବ୍ୟକ୍ତି ସୁନାକୁ ପାଉଡ଼ରରେ ପରିଣତ କରି ଏହାକୁ ନିଜ ଶରୀରରେ ଲୁଚାଇ ଆଣୁଥିବା ବେଳେ ଚେକିଂ ବେଳେ ଧରା ପଡ଼ିଛନ୍ତି।କ୍ୱାଲାଲୁମ୍ପୁରଠାରୁ ଭୁବନେଶ୍ୱର ଆସୁଥିବା ଜଣେ ଯାତ୍ରୀ ବେଆଇନ ଭାବେ ସୁନା ନେଇ ଆସିଥିବା କଷ୍ଟମ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବିମାନ ପହଂଚିବା ପରେ ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ବିମାନ ଯାତ୍ରୀ କେରଳର କୋଝିକୋଡ଼ ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ୧ କିଲୋ ୩ ଶହ ୧୦ ଗ୍ରାମ ସୁନା ଜବତ ହୋଇଛି। ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମସ୍‌ ବିଭାଗ ଅଟକ ରଖି ପଚରାଉଚରା କରୁଛି।

Related Post

୨୯ ଜଣ ଗ୍ରାମ ରୋଜଗାର ସେବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

Posted by - June 22, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାରେ ବହୁଦିନରୁ ଖାଲି ପଡି ରହିଥିବା ଗ୍ରାମ ରୋଜଗାର ସେବକ ପଦବୀ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ…

ନବବର୍ଷରେ ସମଲେଶ୍ୱରୀ ମନ୍ଦିର ଭକ୍ତଙ୍କ ପ୍ରବେଶ ଉପରେ କଟକଣା

Posted by - December 29, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ନବବର୍ଷରେ ସମ୍ବଲପୁର ରେ ଭକ୍ତ କରିପାରିବେ ନାହିଁ ମାଁ ସମଲେଶ୍ୱରୀ ଙ୍କ ଦର୍ଶନ । ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଯାରିକରିଛି ସମ୍ବଲପୁର…

ଟିକେଟ କୁ ନେଇ ସବୁ ଦଳ ରେ ଅସନ୍ତୁଷ୍ଟ ଙ୍କ ବିଦ୍ରୋହ,ଅବସ୍ଥା ଅସମ୍ଭାଳ

Posted by - March 24, 2019 0
ଭୁବନେଶ୍ବର :୨୩/୩ ଦଳୀୟ ସଂଗଠନରେ ନ ଥାଇ ଟିକେଟ୍‌ ପାଇଥିବା ଲୋକଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ ସବୁ ଦଳର ନେତା ହାଇକମାଣ୍ଡଙ୍କୁ ଲିଖିତ ପତ୍ର ଦେଇଛନ୍ତି। ପ୍ରାର୍ଥୀ…

ବଲାଣି ବିକାଶ ପରିଷଦ ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ

Posted by - May 31, 2020 0
ବଡ଼ବିଲ: :(ସୀତାରାମ ଦୀକ୍ଷିତ)ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ଲକ୍ ଡାଉନ୍ ସମୟରେ ବଲାଣି ବିକାଶ ପରିଷଦ ତରଫରୁ କେନ୍ଦୁଝର ବଡ଼ ଡ଼ାକ୍ତରଖାନା ପରିସରରେ ଥିବା…

Leave a comment

Your email address will not be published.