ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ଆଜି ସକାଳ ୧୦ ଘଣ୍ଟା ସମୟରେ ଶଙ୍କର କୁମାର ରଇଠାଣି ବାଇପାସରେ ଠକାମିର ଶିକାର ହୋଇ ଥିବାର ଅଭିଯୋଗ କରିଥିଲୋ ପ୍ରକାଥାଉକି ପନକିମାଳ ଗ୍ରାମର ଶଙ୍କର କୁମାର ଅଜି ସକାଳୁ ସକାଳୁ ବିରନରସିଂହ ପୁର ଗ୍ରାମର ଗୋକୁଳ ମେହରଙ୍କୁ ତାଙ୍କ ଘରକୁ ଛାଡି ଆସିଥିଲେ ତାଙ୍କୁ ଛାଡିଦେଇ ଫେରିବା ସମୟରେ ରଇଠଣୀ ବାଇପାସରେ ତାଙ୍କ ଗାଡିର ତେଲ ସରିରାଇଥିଲା ।
ସେଠାରେ ସେ ସାହାଯ୍ୟ ଅପେକ୍ଷା ରେ ଛିଡାହୋଇଥିଲେ ।ସେହିସମୟରେ ଦୁଇଜଣ ଯୁବକ ଏକ ପଲସର ଗାଡିରେ ଆସି ସେଠାରେ ପହଞ୍ଚି ଥିଲେ ଓ ସାହାଯ୍ୟର ହାତ ବଢାଇଥିବାରୁ ପେଟ୍ରୋଲ ପାଇଁ ଦୁଇଶହ ଟଙ୍କା ତାଙ୍କୁ ଦେଇଥିଲେ l ଦୁଇ ଶହ ଟଙ୍କା ନେଇ ଆଉ ଫେରି ନ ଥିଲେ ସେମାନେ l