ହରଭଙ୍ଗା :୨୩/୧୨(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଶରଧା ପୁର ଗ୍ରାମରେ ଶୁକ୍ରବାର ଦିନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମୁଖ୍ୟତିଥିଭାବେ ଯୋଗ ଦେଇ ଶୀତ କାଳୀନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲେ!ପୋଗ୍ରାମ ଅଫିସର ରଂଜିତ କୁମାର ସାମଲ ଙ୍କ ନେତୃତ୍ୱ ରେ ମହାବିଦ୍ୟାଳୟ ର 50ଜଣ ଛାତ୍ର ଛାତ୍ରୀ ସ୍ୱେଚ୍ଛାସେବି ଭାବେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ!
ସମ୍ମାନିତ ଅତିଥିଭାବେ ଶରଧା ପୁର ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ନିବେଦିତା ଗଡତିଆ, ନାଏବ ସରପଞ୍ଚ ସବିତା ନାୟକ, ୱାର୍ଡ ମେମ୍ବର ସସ୍ମିତା ସେଠି,ଯୋଗଦେଇ ସ୍ୱେଚ୍ଛାସେବି ମାନଙ୍କୁ ଉତ୍ସାହିତ କରିଥିଲେ!ଏହି ଶିବିର ଆସନ୍ତା 29/12ପର୍ଯ୍ୟନ୍ତ ଚାଲିବା ବେଳେ ଗ୍ରାମରେ କୋଭିଡ ସଚେତନତା, ସ୍ୱଚ୍ଛ ଭାରତ ମିଶନ,ବେଟି ବଚାଓ ବେଟି ପଢ଼ାଓ, ପରିବେଶ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନତା କରାଇଥିଲେ!