ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ଡିସେମ୍ୱର ୨୩ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ଯାଜପୁର ବାଳାଶ୍ରମ ପଡିଆ ରେ ଦ୍ୱାଦଶ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହେବ। ଓଡିଆ ଭାଷା, ସାହିତ୍ୟ ର ସଂସ୍କୃତି ବିଭାଗ, ଯାଜପୁର ଜିଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ, ଯାଜପୁର ଆନୁକୂଲ୍ୟରେ ବାଳାଶ୍ରମ ପଡିଆ ଠାରେ ଦିବା ୨ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉତ୍ସବ ଅବସରରେ କବି ସମ୍ମିଳନୀ, କବିତା ପାଠୋତ୍ସବ, ବ୍ୟଙ୍ଗ କବି ସମ୍ମିଳନୀ ପ୍ରଭୃତି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ବିଷୟବସ୍ତୁ ସଂପର୍କରେ ବିଜ୍ଞ ଆଲୋଚକଙ୍କ ଦ୍ୱାରା ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।
ମୁକ୍ତ କୁଇଜ୍ ମାଧ୍ୟମରେ ପିଲା ମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ତର୍କ ଓ ନୃତ୍ୟ ପ୍ରତିଯୋଗିତା ଏହି ମଂଚରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ସ୍ଥିର କରାଯାଇଚ୍ଥି I
ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଏସ୍.ଡି.ପି.ଓ. ସରୋଜ କୁମାର ଉପାଧ୍ୟାୟ, ଜିଲ୍ଳ। ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଳ। ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ , ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ କୁମାର ନନ୍ଦ, ସଂପାଦକ ଡଃ କାହ୍ନୁ ଚରଣ ମିଶ୍ର, ଊପ–ସଭାପତି ବିଭୁତି ଭୂଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।