ଖପ୍ରାଖୋଲ: ୨୦/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଚିହ୍ନା ମାନସିକ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ହୋଇଥିଲା । ଉକ୍ତ ଖବର ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ବିଙ୍ଗହ୍ୟୁମାନ ସଂଗଠନ ର ସଦସ୍ୟ ଙ୍କୁ ଦେଇଥିଲେ ।
ଏହାପରେ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭିମ ଭୋଇ ମେଡିକାଲ କଲେଜ୍ କୁ ବିଙ୍ଗହ୍ୟୁମାନ ସଂଗଠନର ସଦସ୍ୟ ବିଶ୍ୱଜିତ୍ ପଧାନ ନେଇଥିବା ଜଣାପଡିଛି । ମାନସିକ ରୋଗୀ ଙ୍କ ପରିଚୟ ଜଣା ପଡିନଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି। ବିଙ୍ଗହ୍ୟୁମାନ ସଂଗଠନ ର ସଦସ୍ୟ ମାନେ ରୋଗୀ ଙ୍କୁ ଆବଶ୍ୟକ ସରକାରଙ୍କ ତରଫରୁ ମିଳୁଥିବା ଉଚ୍ଚତର ଚିକିତ୍ସା ଯୋଗାଇ ଦେଇଥିବାରୁ ଅଞ୍ଚଳ ବାସି ସାଧୁବାଦ ଜଣାଇଛନ୍ତି ।