ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

1138 17

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଲେ ଯାଜପୁର ବିଂଝାରପୁର ଥାନା ଏ ଏସ ଆଇ ଯୁଧିଷ୍ଠିର ମଲ୍ଲିକ । ବିଂଝାରପୁର ଥାନା କଂଟିପୁର ଗାଁର ବାଇଧର ମଲିକଙ୍କ ଠାରୁ ଏହି ଟଙ୍କା ଲାଂଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ତାଙ୍କୁ ଗିରପଂ କରିଛି ।

ବାଇଧରଙ୍କ ଭାଇଙ୍କ ନାଁରେ ଥିବା ଏତଲାରେ ସାହାଯ୍ୟ କରିବା ଓ ତାଙ୍କୁ ଗିରପଂ ନ କରିବା ପାଇଁ ସେ ବାରମ୍ବାର ଲାଂଚ ମାଗିଆସୁଥିଲେ । ପ୍ରଥମେ ୩୦୦୦ ହଜାର ଟଙ୍କା ନେଇଥିଲେ । ଆଉ ୧୫ ହଜାର ଟଙ୍କା ଦାବି କରିଥିଲେ ଏ ଏସ ଆଇ । କିନ୍ତୁ ଏଥିପାଇଁ ବାଇଧର ୧୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇ ଭିଜିଲାନ୍ସର ସହଯୋଗ ମାଗିଥିଲେ । ଯୋଜନା ମୁତାବକ ଆଜି ସେ ଏହି ଟଙ୍କା ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଡିଏସପି ବନମାଳି ଧଳ ଏବଂ ଇନ୍ସପେକ୍ଟର ଅନୁସୟା ସେନାପତି ଏଏସଆଇଙ୍କୁ କାବୁ କରି ଗିରପଂ କରିଥିଲେ । ଏଏସଆଇଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ଭିଜିଲାନ୍ସ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଲାଂଚନେବା ଘଟଣାକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ଏସଆଇ ଯୁଧିଷ୍ଠିର ମଲ୍ଲିକ ।

Facebook Notice for EU! You need to login to view and post FB Comments!

Related Post

ଦାଦନ ଖଟିବାକୁ ଯାଇ ଯୁବକ ମୃତ୍ୟୁ

Posted by - October 16, 2021 0
ବାଲିଆପାଳ :(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁ ପୁର ଗ୍ରାମ ପଞ୍ଚାୟତ ନୟାବାଲି ଗ୍ରାମର ତ୍ରିଲୋଚନ ଦଳାଇ ଙ୍କ , ମା ଦ୍ରୌ ପ…

ସମ୍ବଲପୁର ରେ ଭାରତ ବନ୍ଦର ପ୍ରଭାବ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କେନ୍ଦ୍ର ସରକାର ଙ୍କ କୄଷି ଆଇନ କୁ ବିରୋଧ କରି ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ରେ ଦିଆଯାଇଥିବା ଭାରତ ବନ୍ଦ ର ପ୍ରଭାବ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୦୨ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - September 21, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୦୨ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…

ଜଙ୍ଗଲ ଭିତରେ ବସତି,ମିଳୁନି ନେଟୱାର୍କ,ଅନଲାଇନ ସେବାରୁ ବଂଚିତ ଛାତ୍ରଛାତ୍ରୀ

Posted by - July 30, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଅଧୁନିକ ଯୁଗରେ ବି ବିତୁଛି ଜଙ୍ଗଲି ଜୀବନ । ମୋବାଇଲ, ଡାକ, ବ୍ୟାଙ୍କ ସେବା ଆଦିରୁ ବଂଚିତ ହେଉଛନ୍ତି ଲୋକେ । ଆମେ କହୁଛୁ ବୌଦ୍ଧ…

ମଲିକୁଦ ସାହାଜପିଟା ରାସ୍ତା ପ୍ରତି ପ୍ରଶାସନର ଶୁଭ ଦୃଷ୍ଟି ପଡୁ

Posted by - July 4, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): କଣ୍ଟାମାଳ ବ୍ଲକ୍‌ର ଦୁର୍ଗମ ବରଗାଁ ପଞ୍ଚାୟତର ଅନେକ ଗାଁ ଗଣ୍ଡା ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ରହିଥିବାବେଳେ ଅଞ୍ଚଳବାସୀ ବିଶେଷ କରି ନିଜ ପଞ୍ଚାୟତ ଭିତରେ…

There are 17 comments

Leave a comment

Your email address will not be published.