ଆମପାଣି ବୁଢ଼ାରଜା ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉଦଯାପିତ

44 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ବୁଢ଼ାରଜା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ରବିବାର ଉଦଯାପିତ ହୋଇଯାଇଛି। ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନେଗିଗୁଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ସ୍କୁଲ ପରିଚାଳନା କମିଟିର ସଭାପତି ସୁଭାଷ ନାଏକ, ଆଲୁମିନି ପରିବାର ସଭ୍ୟ ପର୍ଶୁରାମ ଦୁର୍ଗା, ପ୍ରଶାନ୍ତ ପଣ୍ଡା, କେଦାର ନାଏକ, ବିଜୟ ପଣ୍ଡା, ଶିକ୍ଷକ ନିଳାମ୍ବର ଦାସ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆଲୁମିନି ସଦସ୍ୟ ଡାକ୍ତରୀ ଛାତ୍ର ଦିନେଶ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ସ୍କୁଲର ଖେଳ ଶିକ୍ଷକ ଲୋକନାଥ ସାହୁ ଓ ବିଶ୍ୱମର ଧ. ମାଝୀ ଙ୍କ ସହ ଅଶ୍ୱିନ କୁମାର ଦାସ, ସୁରଜ ତାଣ୍ଡି, ଲିଜୟା ନନ୍ଦ ସାହୁ, ଅମୁଲ୍ୟ ନାଏକ, ଦୟା ସିଂ ନାଏକ, ସୁରେନ୍ଦ୍ର ଗଣ୍ଡ, ଚିତ୍ତରଞ୍ଜନ ଠାକୁର, ସରୋଜ ପଡ଼ିହାରି, ମନ୍ଦାକିନି ନାଏକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରେ କ୍ରୀଡା ପତାକା ଅବତରଣ କରି କ୍ରୀଡା ଉତ୍ସଵ ଶେଷ ହୋଇଛି।

Related Post

ଯାଜପୁର ଠାରେ ଜାତୀୟ କ୍ରୀଡା ଦିବସରେ ସମ୍ୱର୍ଦ୍ଧିତ ହେଲେ ୬ ଜଣ କ୍ରୀଡାବିତ୍

Posted by - August 29, 2020 0
ଯାଜପୁର ଅଫିସ :ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତ୍‌ଙ୍କୁ ବିଜୁ ପଟ୍ଟନାୟକ…

ଅଶୋକ ଦାସଙ୍କ ସ୍ମୃତିରେ ମିନିମାରାଥନ

Posted by - January 12, 2020 593
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ବିବେକାନନ୍ଦଙ୍କ ଜୟନ୍ତୀକୁ ସାରା ଦେଶରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି ।…

ପଞ୍ଚମ Woko Odisha ଚମ୍ପିୟାନସିପରେ ସଫଳତା 

Posted by - December 27, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପଞ୍ଚମ Woko Odisha ଚମ୍ପିୟାନସିପରେ ସଫଳତା ପାଇଥିବା ଯାଜପୁର ଖେଳାଳିଙ୍କୁ ଯାଜପୁର କିକ ବକ୍ସିଂ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା। ଆଜି ଆୟୋଜିତ ହୋଇଥିବା…

ହକି ବିଶ୍ୱକପ୍‌ : ଭାରତ-ବେଲଜିୟମ୍ ମ୍ୟାଚ୍ ୨-୨ ଗୋଲରେ ଡ୍ର

Posted by - December 5, 2018 0
ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍‌ଜିୟମ୍ ହାଇଭୋଲ୍‌ଟେଜ୍ ଟକ୍କର। ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍‌ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍‌ରେ…

OCA ଭିଜନ୍-୨୪ ଆନ୍ତଃଜିଲ୍ଲା ସିନିୟର କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - December 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଆୟୋଜିତ OCA ଭିଜନ୍ -୨୪ ଆନ୍ତଃ ଜିଲ୍ଲା ସିନିୟର…