ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା ବ୍ଲକ କମସରା ପୋଲିସ ଫାଣ୍ଡି ଆମ ପୋଲିସ ସମିତି ଓ ମୋ ସରକାର ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ଏହି ରକ୍ତ ଦାନ ଶିବିର କୁ ଶୁଭ ଉଦଘାଟନ କରି ଆଗକୁ କିଭଳି ନୂତନ ଯୁବ ପିଢୀ ନୂତନ ରକ୍ତ ଦାତା ରକ୍ତ ଦାନ କରିବେ ଏବଂ ଆମ ରାଜ୍ୟ ରେ ଯେମିତି ରକ୍ତ ର ଅଭାବ ରେ କୌଣସି ରୋଗୀ ମରି ନ ଯିବେ ସେଇ ମହତ ଉଦ୍ଦେଶ୍ୟ ନେଇ ସାରା ରାଜ୍ୟ ରେ ପୋଲିସ ପକ୍ଷରୁ ଏ ଅଭିଯାନ ଜାରି ରହିଛି ବୋଲି କହି ଥିଲେ ।
ଥାନା ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ଙ୍କ ସଂଯୋଜନା ଓ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 258 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ 42 ଜଣ ମହିଳା ଓ 71 ଜଣ ନୂତନ ରକ୍ତ ଦାତା ରକ୍ତ ଦାତା ଦାନ କରିଥିଲେ । ଏହି ଶିବିରରେ ଓଡିଶା ଡ୍ରାଇଭର ମହାସଂଘ ତରଭା ଶାଖା ମାହେଶ୍ୱରୀ ସଂଗଠନ , ଚେଞ୍ଜ ଈଓର ମାଇଣ୍ଡ ଆସୋସିଏସନ୍, ଭୀମ ଆର୍ମି , ପ୍ରଗତି କ୍ଲବ୍ ସରଗଜ , ଏଫ ସି କ୍ଲବ୍ କମସରା ସମେତ ଅନେକ ସ୍ବେଛାସେବୀ ସଂଗଠନ ଓ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ ଶିବିର ରେ ଯୋଗ ଦାନ କରିଥିଲେ । ଜିଲ୍ଲା ପୋଲିସ ର ସୋନପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନୀଙ୍ଗି ,ଡି ଏସ ପି ସତ୍ୟଜିତ ମିଶ୍ର, ରକ୍ତ ଦାତା ଓ ବିଭିନ୍ନ ସଂଗଠନକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରି ଥିଲେ ।
ତରଭା ଆଇ ଆଇ ସି ଶ୍ରୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭା ରେ ତରଭା ଥାନାର ଏସ ଆଇ ଯଯାତୀ ସାହୁ , ଏ ଏସ ଆଇ ନିମେଇ ବାରିକ୍, ନିରୁପମା ସ୍ୱାଇଁ ,କମସରା ଫାଣ୍ଡି ର ନିରଞ୍ଜନ ଭଞ୍ଜ, ଶକ୍ତି ଭେସେରା, ପ୍ରକାଶ ଧରୁଆ, ଉମେଶ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ରକ୍ତ ଦାତା ସଂଯୋଜକ ହବିଲାଦାର ମନୋଜ ପଣ୍ଡା ଓ ଆମ ପୋଲିସ ସଂଯୋଜକ ଶିଶିର ପଣ୍ଡା, ଜୟ ପ୍ରକାଶ, ନାରାୟଣ ସାହୁ , ଅଶୋକ ସାହୁ ସଭା ସଂଯୋଜନା କରିଥିଲେ । ସୁବର୍ଣ୍ଣପୁର ରକ୍ତ କେନ୍ଦ୍ର 70ୟୁନିଟ, ବୁର୍ଲା ଭିମ୍ସା କୁ 104, ବରଗଡ 40 ଓ ବଲାଙ୍ଗିର 45 ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସମସ୍ତ ରକ୍ତ କେନ୍ଦ୍ର ର କର୍ମଚାରୀ ଡ. ସୂଦୀପ ସରକାର, କରୁଣା କର ସାହୁ, ଜଗତ ଦରୁଆନ, ଟିଟୁ ଭୋଇ, ମଣ୍ଟୁ ପ୍ରଧାନ ଭୁବନେଶ୍ଵର ସାହୁ ପ୍ରମୁଖ ରେଜିଷ୍ଟ୍ରେସନ ଓ ରକ୍ତ ସଂଗ୍ରହ କରିଥିଲେ l