ହରଭଙ୍ଗା :୧୭/୧୨(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ସାଧୁଚରଣ ଖେଳ ପଡିଆ ଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଓ ଜଗତର ନାଥ ଜଗନ୍ନାଥ ଙ୍କ ଠାରେ ମଂଚାସୀନ ଅତିଥି ଗଣ ପୂଜାର୍ଚନା କରାଯାଇଥିଲା !
ତୃତୀୟ ସନ୍ଧ୍ୟାର ମୁଖ୍ୟ ଅତିଥିଭାବେ କଣ୍ଟମାଳ ବିଧାୟିକା ତଥା ଯୋଜନା ବୋର୍ଡ ଅଧକ୍ଷଶ୍ରୀଯୁକ୍ତ ମହୀଧର ରଣା , ସମ୍ମାନିତ ଅତିଥିଭାବେ ହରଭଙ୍ଗା ତହସିଲଦାର ତଥା ହରଭଙ୍ଗା ଗୋଷ୍ଠି ଉନ୍ନୟନ ଭାରପ୍ରାପ୍ତ ଅଧିକାରୀ ଶମ୍ଭୁପ୍ରସାଦ ମିଶ୍ର,ପରିଚାଳନା କମିଟିସଭାପତି ତଥା ୭ ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର ମଞ୍ଚ ସଭା ସାଙ୍ଗ କରିଥିଲେ!,ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ବିଜୟ କୁମାର ସାହୁ ଏବଂ ବସନ୍ତ କୁମାର ସାହୁକରିଥିଲେ ,!ତୃତୀୟ ସନ୍ଧ୍ୟା ରେ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ରେ ସ୍ଥାନୀୟ କୁନି କୁନି କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ,ବ୍ରହ୍ମା କୁମ୍ଭାର ଓ ଶାନ୍ତି ଙ୍କ ଜାତୀୟ ସଂଗୀତ ଏବଂ ସ୍ୱାଗତ ସଂଗୀତ ଗା ଓ ସମ୍ବଲପୁରୀ ଲୋକ ଗୀତ,ବିଭିନ୍ନ ସୁସ୍ୱାଦୁ ଖାଦ୍ୟ, ମିନବଜାର,ଘରୋଇ ଆସବାବ ପତ୍ରଆଦି ବିଭିନ୍ନ ସ୍ଥଳରେ ଦର୍ଶକଙ୍କ ଭିଡ଼ ଜମିଥିଲା!