ଆଜିଠାରୁ ଆରମ୍ଭ ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ

318 0

ଚନ୍ଦ୍ରଶେଖରପୁର: ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବାରେ ଆୟୋଜକ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଲିଯାତ୍ରାରେ ଯୋଗ ଦେଇଥିବା ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଓ ଦର୍ଶକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ଜୀବନ ଗରାବଡ଼ୁ ସଭାକାର୍ଯ୍ୟ ପରିଚାଳନା କରିଥି‌ଲେ। ଉପଦେଷ୍ଟା ଅଭୟ ବଡ଼ଜେନା, ଜଗନ୍ନାଥ ପଟ୍ଟାନୟକ ଓ ଅନ୍ନପୂର୍ଣ୍ଣା ମିଶ୍ର, ବରିମୁଣ୍ଡ ସରପଞ୍ଚ ବୀରେନ୍ଦ୍ର ଜେନା, ଯାତ୍ରାର ପ୍ରତିଷ୍ଠାତା ସଭ୍ୟ ଯଶବନ୍ତ ଓଝା, ନାରୀନେତ୍ରୀ ପ୍ରୀତିନନ୍ଦା ରାଉତ, ଯୁବନେତା ନିର୍ମଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଯାତ୍ରାର ସଂପାଦକ ତପନ ବଳିଆରସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଆଜି ପ୍ରଥମ ଦିନରେ ଯାତ୍ରାରେ ୪୧୦ ଷ୍ଟଲ୍ ଖୋଲିଥିବା ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ସଂଖ୍ୟା ଆଖିଦୃଶିଆ ହୋଇନଥିଲେ ମଧ୍ୟ ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକ କମିଟି ଆଶା ପ୍ରକଟ କରିଛି। ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ସହ ଗୃହ ଉପକରଣ ସାମଗ୍ରୀ, ଖେଳନା ଆଦି ବିକ୍ରି ହେବା ସହ ବିଭିନ୍ନ ପ୍ରକାର ଦୋଳି ଦେଖିବାକୁ ମଳିଥିଲା। ୨୦ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବାକୁ ଥିବା ବେଳେ ପ୍ରତି ସଂଧ୍ୟାରେ ପାରମ୍ପରିକ ଲୋକନୃତ୍ୟର ଆସର ଜମିବ ବୋଲି ସୂଚନା ମଳିଛି।

Facebook Notice for EU! You need to login to view and post FB Comments!

Related Post

ଅଦିନିଆ ଝଡତୋଫାନ ଓ କୁଆପଥର ସହ ବର୍ଷା ଯୋଗୁଁ ସର୍ବଶାନ୍ତ ଚାଷିଭାଇ

Posted by - December 30, 2021 0
ବରଗଡ/ଅତାବିରା:ଗୋଟିଏ ପଟେ ସରକାର ର ଜଟିଲ ନିତି ନିୟମ ଓ ଅନ୍ୟପଟେ ପ୍ରକୃତିର ତାଣ୍ଡବରେ ପେଶି ହୋଇ ଆଜି ଚାଷିଭାଇ ତାର ବହୁ କଷ୍ଟ ଉପାର୍ଜିତ କୃଷିଯାତ…

ଆଉ ନାହାନ୍ତି କିଶୋର ମହାନ୍ତି

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ହୃଦଘାତ ଯୋଗୁଁ ପରଲୋକ ଘଟିଛି l ଝାରସୁଗୁଡା ସ୍ଥିତ କାର୍ଯ୍ୟାଲୟରେ ଦଳିୟ ବୈଠକ ବେଳେ କିଶୋରଙ୍କ ଦେହ…

ଗାଁରେ ରାତି କାଟିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - November 20, 2019 4,852
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି…

ଯାଜପୁରରେ ନିରଞ୍ଜନଙ୍କର ନିର୍ବାଚନୀ ପ୍ରଚାର କହିଲେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼

Posted by - January 13, 2019 0
ଯାଜପୁର: କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର କୃଷକମାନଙ୍କୁ ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିବ। ଶିଳ୍ପାନୁଷ୍ଠାନ ଗୁଡ଼ିକରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ କଂଗ୍ରେସ…

Leave a comment

Your email address will not be published.