ପ୍ରାୟ ୪୫ ହଜାର ଅଯୋଗ୍ୟଙ୍କୁ ସରକାରୀ ରାଜକୋଷରୁ କାଳିଆ ଟଙ୍କା ଯାଇଛି। ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି ନିଜେ କୃଷିମନ୍ତ୍ରୀ ଅରୁଣ ସାହୁ। ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶ୍ୱିନୀ ପାତ୍ର ଏବଂ ଅନନ୍ତ ଜେନାଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ ଏହି ଲିଖିତ ଉତ୍ତର ଦେଇଛନ୍ତି। ଏହାସହ ‘କାଳିଆ’ ଯୋଜନାରେ ଏଯାଏ ୫୧ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ଟଙ୍କା ମିଳିଛି। ୫୧ଲକ୍ଷ ୫ ହଜାର ୨୯୦ ହିତାଧିକାରୀ ମଧ୍ୟରୁ ୪୫, ୯୬୫ ଜଣ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ। ଅଯୋଗ୍ୟଙ୍କ ଠାରୁ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନିଆଯାଉଥିବା କୃଷିମନ୍ତ୍ରୀ କହିଛନ୍ତି।
Facebook Notice for EU!
You need to login to view and post FB Comments!