ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ଏକମାତ୍ର ଗୋଶାଳା ରୂପେ ପରିଚିତ ଶ୍ରୀ ରାମ ଗୋସେବା ସଦନ ଠାରେ ଯେତିକି ବୁଲା ଗାଈଗୋରୁଙ୍କୁ ରଖା ଯାଇଥାଏ। ସେ ଦୁର୍ଘଟଣାର ଶିକାର ହୋଇ ପଡିଥାନ୍ତୁ କି ବଜାରକୁ ବିକ୍ରି ପାଇଁ ଆଣିଥିବା ଗାଈଗୋରୁଙ୍କୁ ତାଙ୍କ ମାଲିକ ଛାଡ଼ି ଚାଲି ଯାଇଥାନ୍ତୁ କି ଗୋଚାଲାଣ ବେଳେ ଉଦ୍ଧାର ହୋଇଥିବା ଗୋରୁ ହୁଅନ୍ତୁ କି ଷଣ୍ଢ ହୋଇଥାନ୍ତୁ ସମସ୍ତଙ୍କ ରହିବା ସ୍ଥଳୀ ପାଲଟିଛି ଏହି ଗୋଶ।ଳା। ପାଖାପାଖି ୩୨୦ ଗାଈଗୋରୁ ରହୁଥିବା ବେଳେ କୋଠରୀ ବା ହଲ କମ ଥିବାରୁ ଠେଶା ଠେସି ହୋଇ ରହୁଥିବା ଅବ୍ୟବସ୍ଥା ଦେଖି ଟିଟିଲାଗଡ ବିକ୍ରମ ଜ୍ୱେଲର୍ସ ତରଫରୁ ଗୋମାତାଙ୍କ ନିମନ୍ତେ ଏକ ୫୦/୨୫ ର ଦୀର୍ଘ ବିଶିଷ୍ଟ ଏକ ନୂତନ ହଲ ନିର୍ମାଣ କରି ଗୁରୁବାର ଦିନ ପରିବାର ସଦସ୍ୟଙ୍କ ସହ ଆସି ପୂଜାର୍ଚ୍ଚନା କରିବା ପରେ ଗୋଶାଳା ପରିଚାଳକ ଜୟ ନାରାୟଣ ଅଗ୍ରୱାଲଙ୍କୁ ହସ୍ତାନ୍ତର କରିଛନ୍ତି।
ଦିନକୁ ଦିନ ପ୍ରଶାସନ ହୁଅନ୍ତୁ କି ଗୋରକ୍ଷକ ହୁଅନ୍ତୁ କି ସମାଜସେବୀ ଯେତେବେଳେ ବୁଲା ଗାଈଗୋରୁଙ୍କୁ ଅସୁବିଧାରେ ଦେଖନ୍ତି ସମସ୍ତେ ଏହି ଗୋଶାଳାକୁ ଆଣି ଛାଡ଼ି ଦିଅନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଗାଈଗୋରୁଙ୍କୁ ଖାଇବାକୁ ଦେବା ସହ ସେମାନଙ୍କର ଯତ୍ନ ନେବାରେ ଏହି ଗୋଶାଳା ତରଫରୁ କରାଯାଇଥାଏ। ତେଣୁ ସହରର ସହୃଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ ଯେ କାହାର ଜନ୍ମଦିନ, ବିବାହ ବାର୍ଷିକୀ କି କିଛି ବି ଉତ୍ସବ ପାଳନ ଅବସରରେ ଏଠାରେ ଥିବା ଗୋମାତାଙ୍କୁ ଖାଦ୍ୟ ଖୁଆଇ ପୁଣ୍ୟ ଅର୍ଜନ କରିବା ସହ ଗୋମାତାଙ୍କୁ ଦାନା ଦେବାରେ ସହଯୋଗ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଯେମିତି ଶ୍ରୀ ରମେଶ ସୋନିଙ୍କ ପରିବାର ଆଜି ଏଠାରେ ହଲ ନିର୍ମାଣ କରି ସାହାଯ୍ୟର ହାତ ବଢ଼ାଇଛନ୍ତି ସେହିଭଳି ଅନ୍ୟ ଦାତା ଆଗକୁ ସହଯୋଗର ହାତ ବଢ଼ାଇଲେ ଏଠାରେ ରହୁଥିବା ଗୋମାତାଙ୍କ ପେଟର ଭୋକକୁ ମେଣ୍ଟାଇବା ନିମନ୍ତେ ସହଯୋଗ ହେବ।