“ମାଙ୍କଡଙ୍କ ଜୀବନ ରକ୍ଷା” ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଅଭିନବ ଅନୁରୋଧ

51 0

ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣାର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କୁ ସାକ୍ଷାତ କରି ଭବାନୀପାଟଣା ରୁ ରାୟଗଡ଼ା ରାସ୍ତା ଲାଞ୍ଜିଗ଼ଡ଼ ଜଙ୍ଗଲ ଅଧିନସ୍ଥ ରାସ୍ତା ରେ ମାଙ୍କଡଙ୍କ ଜୀବନ ରକ୍ଷା ପାଇଁ ଅଭିନବ ଅନୁରୋଧ କରିଛନ୍ତି। ଏହି ବିଷୟରେ ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରିଛନ୍ତି।୪ ର୍ଥ ରୁ ୭ ମ ଶ୍ରେଣୀ ପାଠ ପଢୁଥିବା ଛାତ୍ର ଛାତ୍ରୀମାନେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ଜିଲ୍ଲପାଳଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ଜଣାଇଲେ ଓ ପୋଖରିବନ୍ଧ ନିକଟସ୍ଥ ଲାଞ୍ଜିଗଡ଼ ରାସ୍ତାରେ ପ୍ରତ୍ୟହ କିଭଳି ମାଙ୍କଡ ମାନଙ୍କର ଜୀବନହାନୀ ଘଟୁଛି ତା ଉପରେ ବର୍ଣ୍ଣନା କଲେ ।

ଅନେକ ଯାତ୍ରୀ ମାଙ୍କଡମାନଙ୍କୁ ସେହି ରାସ୍ତାରେ ଗାଡ଼ିରେ ଯାତ୍ରା କରିବା ସମୟରେ ବିଭିନ୍ନ ଖାଦ୍ୟ ଦେଉଛନ୍ତି ଏବଂ ମାଙ୍କଡମାନେ ସେଥିପାଇଁ ନିଜ ନିଜ ଭିତରେ ସଂଘର୍ଷ କରି ଅକାରଣରେ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯେଉଁ ଖାଦ୍ୟ ମାଙ୍କଡମାନଙ୍କ ପାଇଁ ହିତକର ନୁହେଁ ତାହା ଖାଇ ସେମାନେ ରୋଗୀଣା ହେଉଛନ୍ତି ଏଥି ପାଇଁ ସେହି ସ୍ଥାନରେ ସତର୍କତାମୂଳକ ସଚେତନତା ସାଇନ୍ ବୋର୍ଡ ଲଗା ଯାଉ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ଆଇନ୍ ର ସଦୁପଯୋଗ ହେଉ ବୋଲି ଅନୁରୋଧ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଏ ବାବଦରେ ସମ୍ବେଦନଶୀଳ ହେଇ ଦରଖାସ୍ତ ସହିତ ଜିଲ୍ଲାପାଳଙ୍କୁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଯେହେତୁ ଆସନ୍ତା ଡିସେମ୍ବର ୧୪ ତାରିଖରେ ବିଶ୍ଵ ମାଙ୍କଡ ଦିବସ ଥିବାରୁ ଏ ବାବଦରେ ସମସ୍ତେ ସଚେତନ ହୁଅନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି।

Related Post

କେବେ ଲୋକଙ୍କ କାମରେ ଲାଗିବ ବ୍ରହ୍ମପୁର ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ?

Posted by - December 6, 2018 0
ବ୍ରହ୍ମପୁର: ଅଧପନ୍ତରିଆ ଅବସ୍ଥାରେ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ଉଦଘାଟନ ହେବାର ବର୍ଷେ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଲାଗି…

ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

Posted by - October 6, 2021 0
ଯାଜପୁର : ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ଆଜକୁ ୫୬୩ ଦିନ ଧରି ସଂଗ୍ରାମ କରିଆସୁଅଛି ଯାଜପୁର…

ଜାତୀୟ ଏକତା ଦିବସ ରେ ରକ୍ତଦାନ ଶିବିର

Posted by - November 1, 2021 0
ବଙ୍ଗୋମୁଣ୍ଡା – ୩୧/୧୦ (ଅଭିମନ୍ୟୁ ବହିଦାର)ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ଭାଗବତ ମଣ୍ଡପ ପ୍ରାଣଙ୍ଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ସମ୍ବାଦ ଆମ ଓଡ଼ିଶା…

ସାନ ବାଞ୍ଜିପାଲି ଗାଁ କମଳ ବରିହାର ଚିକିତ୍ସା ପାଇଁ ସହାୟତା ର ହାତ ବଢାଇଲେ ହରିଶଙ୍କର ବନ ବିଭାଗ କର୍ମଚାରୀ

Posted by - June 23, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ସାନ ବାଞ୍ଜିପାଳି ଗାଁ ର ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ର କମଳ…