ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଯେସିଆଇ ଟିଟିଲାଗଡ ସିଟିର ୧୫ ତମ ସ୍ଥାପନା ଦିବସ ଓ ନୂତନ ସଭାପତିଙ୍କ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଡି ଏନ ରିସର୍ଟ ସମ୍ମିଳନୀ କକ୍ଷରେ ସଭାପତି ଅମନ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର, ଇଂଷ୍ଟଲିଂ ଅଫିସର ଜୋନ IX ପ୍ରେସିଡେଣ୍ଟ ଯେଶିଆଇ ସେନ ସିଏ ଆକାଶ ସୁନ୍ଦ୍ରାନି, ସ୍ପେଶିଆଲ ଗେଷ୍ଟ ଭାବରେ ଜୋନ IX ର ଉପ ସଭାପତି ଜେଏଫପି ନିଲମ ସରାଫ, ବରିଷ୍ଠ ସଦସ୍ୟ ଗୋପାଳ ଜୈନ, ସଭାପତି ଅମନ୍ ଅଗ୍ରୱାଲ, ମନିସ ଗୁପ୍ତା, ସମ୍ପାଦକ ଶୈଳେଶ ଗୋୟଲ୍, ମହେଶ ଅଗ୍ରୱାଲ, ଗୌତମ ଅଗ୍ରୱାଲ ମଞ୍ଚଷିଁନ ଥିଲେ।
ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ବାଗତ ଭାଷଣ ବିଟୁ ଅଗ୍ରୱାଲ ଦେବା ପରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଗହଣରେ ସ୍ଥାପନା ଦିବସ ପାଳନ କରାଯିବା ପରେ ବର୍ଷ ୨୦୨୨ ରେ କରାଯାଇଥିବା ସମସ୍ତ କାର୍ଯ୍ୟ ବିଷୟରେ ସଭାପତି ଅମନ ଅଗ୍ରୱାଲ ବିବରଣୀ ପାଠ କରିଥିଲେ।ତାପରେ ଇନଷ୍ଟଲେଶନ ଅଫିସରଙ୍କ ଉପସ୍ଥିତିରେ ବର୍ଷ ୨୦୨୩ ପାଇଁ ଚୟନ କରାଯାଇଥିବା ସଭାପତି ଅତୁଲ ଜୈନ ଶପଥ ପାଠ କରିଥିଲେ, ତାପରେ ଅନ୍ୟ ପଦ ପାଇଁ ମଧ୍ୟ ସମସ୍ତେ ନିଜ ନିଜର ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ସଞ୍ଜୟ ସୋନି, ଉମା ଶଙ୍କର ଶର୍ମା , ରାଧାକାନ୍ତ ବେହେରା, ମନିସ ଗୁପ୍ତା ଏବଂ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।
ଏହି ଦିବସ ପାଳନ ଅବସରରେ ସହରର ଅନେକ ଅନୁଷ୍ଠାନ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ତନ୍ମଧ୍ୟରୁ ଟିଟିଲାଗଡ ଲାୟନ୍ସ କ୍ଲବ୍ ସଭାପତି ଶ୍ରୀ ଲିଙ୍ଗରାଜ ସାହୁ, ଲାୟନ ଦୀପକ ପୃଷ୍ଟି, ଆଶୀର୍ବାଦ ମହାପାତ୍ର, ମନୋଜ କୁମାର ହାତି, ମାରୱାଡ଼ି ଯୁବା ମଞ୍ଚ, ମାରୱାଡ଼ି ସେଣ୍ଟ୍ରାଲ ଶାଖାର ସଭାପତି ଏବଂ ସଦସ୍ୟ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀ ଶିବ ପରିଡା, ଟିଟିଲାଗଡ ସରପଞ୍ଚ ସଂଘର ସଭାପତି ଶ୍ରୀ ବୀରବର ସାହୁ, ସମ୍ପାଦକ ନରେଶ ଅଗ୍ରୱାଲ, ସହରର ସୁନାମ ଧନ୍ୟ ପରିଚିତ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।