ଖପ୍ରାଖୋଲ ୧୦/୧୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ସରସ୍ୱତୀ ବିଦ୍ୟାମନ୍ଦିର ର ୧୨ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ ,ସମ୍ମାନିତ ଅତିଥି ରୂପେ ପୂର୍ବତନ ପରିଚାଳନା ସଭାପତି ପବିତ୍ର ପଟେଲ, ସଭାପତି ଶ୍ରୀଯୁକ୍ତ କଳା କାହ୍ନୁ ସାହୁ, ଯୁଗ୍ମ ସମ୍ପାଦକ ଗନ୍ଧର୍ବ ପଧାନ, ପରିଚାଳନା କମିଟିର ସଦସ୍ୟା ପୁଷ୍ପାଞ୍ଜଳି ମିଶ୍ର ,ବିଦ୍ୱତ ପରିଷଦର ଅଧ୍ୟକ୍ଷ ଦେବଦତ୍ତ ଭୋଇ ପ୍ରମୁଖ ଯୋଗଦେଇ ଥିଲେ।
ଏହି ଅବସରରେ ପ୍ରତିଯୋଗୀ ରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବୈଦ୍ୟ ନାଥ ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଗୁରୁମା ଗୁରୁଜୀ ପରିଚାଳନା କରିଥିଲେ।