ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ ସିଦ୍ଧତପୋ ସେବାବନ ଡ଼ମ୍ଭରୁଗଡ଼ କଙ୍କଲା ଠାରେ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗିରିବାର ଦାଶ ତ୍ୟାଗୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ମହୋତ୍ସବ ପଞ୍ଚମ ସନ୍ଧ୍ୟାରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରାମଲୀଳା ଦରବାର ଅନୁଷ୍ଠିତ ହୋଇଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ପୁର୍ବତନ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ତଥା ମଠ ପରିଚାଳନା କମିଟୀର ସଭାପତି ଶ୍ରୀ ପୟୋଧର ମହାକୁଳ ସଭାପତିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ଗନ୍ଧରାଡ଼ି ମହୋତ୍ସବ କମିଟିର ସମ୍ପାଦକ ଶମ୍ଭୁ ଗିରି ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ l
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ରାଜନେତା କଂହେଇ ଚରଣ ଦାଙ୍ଗ ଯୋଗଦେଇ ଶ୍ରୀ ଗିରିବର ଦାସ ଙ୍କ ଅଲୌକିକ ଶକ୍ତି ଉପରେ ଆଲୋକପାତ କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବରେ ମଠର ବାବା ରଘୁବୀର ଦାସ ,ସମ୍ମାନୀତ ଅତିଥି ଭାବରେ ୪ ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଇଁ ରାକେଶ କୁମାର ତ୍ରିପାଠି, ବାଉଁଶୁଣୀ ସରପଞ୍ଚ ଆଇଁଠୁ ମହାଲିକ, ତାଳସରଡ଼ା ସରପଞ୍ଚ ଶ୍ରୀମତୀ ସସ୍ମିତା ପାଣ୍ଡେ ,ବାଉଁଶୁଣୀ ର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ ଧନଞ୍ଜୟ ପାତ୍ର, ତେଲିବନ୍ଧ ସେବା ସମବାୟ ସମିତି ସଭାପତି ତ୍ରିପୁର ମହାକୁଡ, ଯୁବନେତା ସୁଶାନ୍ତ ଵାଘ,ମଞ୍ଚାସିନ ଥିବାବଳେ ଅଧ୍ୟାପକ ଉତ୍ତମ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ପଟ୍ଟନାୟକ, ରାଜକୁମାର ସେଠୀ, ଅକ୍ଷୟକୁମାର ମହାକୁଳ, ପ୍ରଶାନ୍ତ କୁମାର ସେଠୀ, ଶ୍ରୀକ୍ଷେତ୍ର ମହାକୁଳ, ଶ୍ରୀପତି ମହାକୁଡ, ମଠ କମିଟିର ସମ୍ପାଦକ ଦୀପକ ବେହେରା,ସଂଯୋଜକ କୃତିବାସ ପଲିଆ, ଦୁଷ୍ମନ୍ତ କୁମାରପୃଷ୍ଟି,, ବରିଷ୍ଟ ସଦସ୍ୟ ତଥା ସାମ୍ୱାଦିକ ମହେଶ ପ୍ରସାଦ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନଗୁଳ ଜିଲ୍ଳାର ହଜାର ହଜାର ଭକ୍ତ ଓ ଦର୍ଶକ ଉପସ୍ଥିତ ଥିଲେ । ରାମଲୀଳା ନାତ୍ୟ ସଂସଦ ବାଉଁଶୁ ନୀ ଓ ପୋଡଖାଲ ରାମଲୀଳା ନାଟ୍ୟ ସଂସଦ ନାଟକପରିବେଷଣ କରି ଦର୍ଶକ ମାନଙ୍କ ମନ କିଣିଥିଲେ । କଙ୍କଲା, ଦମ୍ଭରୁଗଡ଼ ଓ ସଂଗ୍ରାମପୁର ଶିଶୁ କଳାକାର ଦ୍ଵାରା ଭଜନ ପରିବେଷଣ ହୋଇଥିଲା । ହଜାର ହଜାର ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ମଜାନେଇଥିଲେ