ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯାଜପୁର ବିଂଝାରପୁର ଅଞ୍ଚଳରେ ଗଣ୍ଡଗୋଳ। ପଡୋଶୀ ଙ୍କ ଆକ୍ରମଣରେ ପ୍ରଫୁଲ୍ଲ ଜେନା ଗୁରୁତର ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି l
ଏ ନେଇ ପ୍ରଫୁଲ୍ଲଙ୍କ ପୁଅ ମନୁ ଜେନା ଉକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି l ଅନ୍ୟ ପଟେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ବିଂଝାରପୁର ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି l