ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିରଜାକ୍ଷେତ୍ର ରୁ ଶ୍ରୀକ୍ଷେତ୍ର କୁ ମୋ ବସ ସେବା ସଂଯୋଗ କରିବାକୁ ଦାବି କଲେ ବରିଷ୍ଠ ନାଗରିକ ସଂଘ । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରୁ ପୁରୀ ଜଗନ୍ନାଥ ଧାମ କୁ ମୋ ବସ ସେବା ସଂଯୋଗ କରିବାକୁ ଦାବି କରି ଏକ ଦାବିପତ୍ର ଯାଜପୁର ଜିଲପାଳଙ୍କୁ ପ୍ରଦାନ କରାଯାଇଛି ।
ଯାଜପୁର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରବୋଦ କୁମାର ନାୟକଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ଆସି ଜିଲପାଳଙ୍କ ଅଭିଯୋଗ ଶୁଣାନି ପ୍ରକୋଷ୍ଠରେ ଜିଲପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହା ଦ୍ଵାରା ଜିଲାରେ ଥିବା ୧୧ଟି ବରିଷ୍ଠ ନାଗରିକ ସଂଘର ସଦସ୍ୟ ମାନେ ଉପକୃତ ହେବେ। ଏହି ଅବସରରେ ଧର୍ମଶାଳା ବରିଷ୍ଠ ନାଗରିକ ସଂଘର ସମ୍ପାଦକ କରୁଣାକର ବରାଳ ଏବଂ ସଭାପତି ତ୍ରିଲୋଚନ ବିଶ୍ଵାଳ ଉପସ୍ଥିତ ଥିଲେ ।