ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ଥାନା କନେଷ୍ଟବଳ ଅଜିତ ସିଂ ବିରୋଧ ରେ ଯାଜପୁର ଏସଡିପିଓ ଙ୍କ ନିକଟରେ ଫେରାଦ ହୋଇଛନ୍ତି ସୟଦପୁର ଗ୍ରାମର ଅଭିଯୋଗ ସାଦିକ ଖାନ।
ଗତକାଲି ସାଦିକ ଥାନାରେ ଥିବା ଏକ ମାମଲାର ସମାଧାନ କରି ଫେରୁଥିବା ବେଳେ ଥାନା ଗେଟ ନିକଟରେ ଅଜିତ ସିଂ କନେଷ୍ଟବଳ କୌଣସି କାରଣ ନଥାଇ ସାଦିକକୁ ଡାକି ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ l
ଏ ପରିକି ଯେ ତାଙ୍କୁ ହାଜତରେ ପୁରେଇବାକୁ ମଧ୍ୟ ଧମକ ଦେଇଥିଲେ l ଏ ନେଇ ସାଦିକ କନେଷ୍ଟବଳଙ୍କ ବିରୁଦ୍ଧରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି l
ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନବା ସହିତ ତାଙ୍କ ପଦରୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି l ସେପଟେ ଘଟଣା ର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି l