Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ

98 0

ବୌଦ୍ଧ:୦୫/୧୨(ଚିତ୍ତରଞ୍ଜନ ସିଂହ)ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ୧୮ଟି ଯୁବକ ସଙ୍ଘ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜଗନ୍ନାଥ ଯୁବକ ସଂଘ ଦ୍ୱାରା ବ୍ୟାଡମିଣ୍ଟନ ମ୍ୟାଚ ସକାଳ ୭ ଘଟିକା ରୁ ଆରମ୍ଭ ହୋଇ ୯ ଘଣ୍ଟାରେ ସମାପ୍ତ ହୋଇଥିଲା । ଏହି ମ୍ୟାଚରେ ସୁମନ ପ୍ରଧାନ ବିଜୟୀ ଏବଂ ଲଗନ ପ୍ରଧାନ ରନରସ ଅପ ହୋଇଥିଲେ ।

ଏହି ମ୍ୟାଚରେ ପ୍ରକାଶ ସେଠି ଏବଂ ସମ୍ରାଟ ସାହୁ ରେଫରି ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କାଲାମ ଯୁବକ ସଙ୍ଘ ଦ୍ୱାରା କବାଡ଼ି ଏବଂ ଖୋଖୋ ମ୍ୟାଚ ତେଲିବନ୍ଧ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ରନର ଅପ ହୋଇଥିବା ବେଳେ ନୋଡାଲ ହାଇସ୍କୁଲ ତେଲିବନ୍ଧ ବିଜୟୀ ହୋଇଥିଲେ । ଏହି ମ୍ୟାଚକୁ ପିଇଟି ଗାୟତ୍ରୀ ବେହେରା ପରିଚାଳନା କରିଥିଲେ । ସେହିପରି ତୃତୀୟ ପର୍ଯ୍ୟାୟରେ ଭଲି ବଲ ଟୁର୍ଣ୍ଣାମେଣ୍ଟ ୧୬ ଗୋଟି ଯୁବକ ସଙ୍ଘକୁ ନେଇ ଦିବା ୧୧ ଘଟିକା ସମୟରୁ ଆରମ୍ଭ ହୋଇ ରାତ୍ର ୧୨ ଘଟିକା ସମୟରେ ଶେଷ ହୋଇଥିଲା ।

ଏହି ଦୀର୍ଘ ସମୟରେ ମ୍ୟାଚକୁ ରେଫରି ଅଲେଖ ବେଜି , ଚନ୍ଦ୍ର ସେଠି ,ଦଶରଥ ଭୋଇ, ହରିହର ପ୍ରଧାନ ପରିଚାଳନା କରିଥିଲେ । ଶେଷରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ବିଜୟୀ ହୋଇଥିବା ବେଳେ ବୁଟୁପାଲି ସୁପର ସିକ୍ସ କ୍ଲବ ରନର ଅପ ହୋଇଥିଲେ । ଏହି ୨୪ ଘଣ୍ଟିଆ ସ୍ପୋର୍ଟସ ମିଟରେ ମୁଖ୍ୟ ଅତିଥି ଭାବରେ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମ୍ମାନିତ ଅତିଥି ଭାବେ ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ , ସମିତି ସଭ୍ୟ ସୁନୀଲ ସେଠି, ତେଲିବନ୍ଧ ପ୍ୟାକ୍ସ ସଭାପତି ତ୍ରିପୁର ମହାକୁର, ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ , ସମାଜସେବୀ ମିନା ସିଂହ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ପଦ୍ମପୁର ହାଇସ୍କୁଲ ପ୍ରଶାନ୍ତ ପରିଡା , କମ୍ପରା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ , ତେଲିବନ୍ଧ ଅତିରିକ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକୁ ଯୁବକ ସଙ୍ଘ ସଭାପତି ସମ୍ରାଟ ସାହୁ , ସମ୍ପାଦକ ସୁବ୍ରତ ପ୍ରଧାନ, ସହ ସହ ସମ୍ପାଦକ ବାଦଲ ବେଜି , କୋଷାଧ୍ୟକ୍ଷ ସୁମନ ପ୍ରଧାନ କାର୍ଯ୍ୟଭାର ତୁଲାଇଥିଲେ ।

Related Post

କପସିପାଲି ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ,ସୁନାମୁଦୀ ଦଳ ଚମ୍ପିୟାନ

Posted by - February 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ବ୍ଲକ ଓଡିଆପାଲି ପଂଚାୟତ କପସିପାଲି ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l କପସିପାଲି ଭଲିବଲ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ…

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

Posted by - January 9, 2023 0
ଧର୍ମଗଡ:୯/୧/୨୩( ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ଆସନ୍ତା ୧୫ ତାରିଖ ଠାରୁ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆଜି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା…

ଦ୍ଵିତୀୟ ବାବୁ ଦା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ

Posted by - February 9, 2022 0
ଟିଟିଲାଗଡ;(ସଞ୍ଜୟ କୁମାର ନାୟକ)ଦ୍ଵିତୀୟ ବାବୁଦା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ଟାଉନଫିଲ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି, ପ୍ରଥମେ ଆୟୋଜକ କମିଟି ପକ୍ଷରୁ ମାଁ ଘଣ୍ଟାଶୁଣି ମନ୍ଦିରଠାରୁ ଏକ…

ଖପ୍ରାଖୋଲ ଟାଇଗର କପ କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - March 23, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ନୂତନ ଖେଲ ପଡ଼ିଆ ଠାରେ ୨୫ତମ ତାଇଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି।ଉଦଯାପିତ ମ୍ୟାଚ ଖଲିଆ ଓ ବନମାଲ…

ଦୁବକଣ ଜୟଚଣ୍ଡୀ ସରକାରି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

Posted by - December 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ଦୁବକଣ ଜୟଚଣ୍ଡୀ ସରକାରି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମା ଜୟଚଣ୍ଡୀଙ୍କ ନିକଟରୁ ମସାଲ ଶୋଭାଯାତ୍ରାରେ ଆସି ବିଦ୍ୟାଳୟ ଖେଳ ପଡିଆରେ ପହଁଚିବା ପରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକ ପତାକା ଉତୋଳନ କରି ବାର୍ଷିକ କ୍ରୀଡା ଉତ୍ସବଟିକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ କୟାଁ ସରପଂଚ ମନ୍ଦାକିନୀ ମଲ୍ଲିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି, କ୍ରୀଡା ଶିକ୍ଷକ ରାଜେଶ୍ୱର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।