ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟ ପରିସରରେ ଜାତୀୟ ସେବା ଯୋଜନାର କୋ ୟୁନିଟ ତରଫରୁ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି ।ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ସେବାର ଉପାଦେୟତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଅଧ୍ୟାପକ ଡ. ଦାଶରଥି ବିଶ୍ବାଳ ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ ଓ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ବାସନ୍ତି ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ ାଏହି ଅବସରରେ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ସମସ୍ତ ସ୍ବେଚ୍ଛାସେବୀ ଯୋଗଦେଇଥିଲେ ।