ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ରବିବାର ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଗିରିବର ଦାସ ତ୍ୟାଗୀ ମହାରାଜଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଡମ୍ବରୁ ଗଡ ମହୋତ୍ସବ ସିଦ୍ଧ ତପୋ ସେବା ବନ ଡ଼ମ୍ବରୁଗଡ଼, କଂକଲା ମଠ ଠାରେ ତୃତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି! ପ୍ରତ୍ୟେକ ଦିନ ସକାଳରୁ ଅପରାହ୍ନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର କୋଟ ସମଲେଇ ଶ୍ରୀରାମ ପଣ୍ଡା ଶ୍ରୀମଦ୍ ଭାଗବତ ପାଠ କରାଯାଉଛି l ସନ୍ଧ୍ୟା ମହୋତ୍ସବରେ ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜ ଜି ମୂଖ୍ୟ ଆତିଥି ଭାବେ ଯୋଗଦେଇ ଅଗ୍ରପୂଜ୍ୟଗଣନାଥ ଓ ପୂଜ୍ୟ ସାକେତ ପ୍ରାପ୍ତ ମହାରାଜ ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି କରିଥିଲେ l ଉକ୍ତ ଉତ୍ସରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ଗନ୍ଧରାଡ଼ି ମହୋତ୍ସବ କମିଟି ର ସମ୍ପାଦକ ଶମ୍ଭୁ ଗିରି ଯୋଗଦେଇ ତାଙ୍କର ବକ୍ତବ୍ୟରେ ଐତିହାସିକ ପୁରାତନ ଆଧ୍ୟାତ୍ମିକ ପିଠ ଉନ୍ନତି ପାଇଁ ସାଧାରଣ ଲୋକଙ୍କ ସମେତ ଶାସନ ଓ ପ୍ରଶାସନ ର ସହୋ ଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ l
ସମ୍ମାନିତ ଅତିଥି ଭାବେ ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ, କମ୍ପରା ଗୌନ୍ତିଆ ସଚ୍ଚିଦାନନ୍ଦ ଭୋକ୍ତା, ମଠର ପୂର୍ବତନ ସମ୍ପାଦକ ତଥା ଶିକ୍ଷାବିତ୍ ଉଗ୍ରସେନ୍ ବେହେରା, ତାଲାସରଦା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ସେଠୀ ଯୋଗଦେଇ ମଠର ଉନ୍ନତି ପାଇଁ ସମବେତ ସହଯୋଗ କରିବାକୁ କହିଥିଲେ l ମଠ କମିଟିର ସଭାପତି ପୟୋଧର ମହାକୁଡ଼ ସଭାପତିତ୍ବ କରିଥିଲେ ଓ ମହିଳା ମହାବିଦ୍ୟାଳୟ ବୌଦ୍ଧ ର ଓଡ଼ିଆ ଅଧ୍ୟାପକ ଉତ୍ତମ କୁମାର ବେହେରା ମଞ୍ଚ ପରିଚାଳନା ତଥା ଅତିଥି ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ l
ପ୍ରାରମ୍ଭରେ ସାହାଜପଲ୍ ପଞ୍ଚାୟତ ହାଇଶ୍ଚୁଲର ଛାତ୍ରମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା l ବିଳମ୍ବ ରାତ୍ରୀ ପର୍ଯନ୍ତ ଟୁନିଖମାର ଗ୍ରାମର କଳାକାର ମାନଂକ ଦ୍ୱାରା ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥିଲା l ଏଥିରେ ହଜାର ହଜାର ଜନସମାଗମ ହୋଇଥିଲେ l ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଭାଗବତ ସପ୍ତାହ ଯଜ୍ଞ, ପ୍ରବଚନ ଓ ସାଧାରଣ ସଭା ଓ ରାମଲୀଳା ନାଟକ ମଞ୍ଚସ୍ଥ ହେବ ବୋଲି ଆୟୋଜକ ମାନଙ୍କ ସୁତ୍ରରୁ ପ୍ରକାଶ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ କଙ୍କଲା ଗୋନ୍ତିଆ ତଥା ମଠ କମିଟିର ସମ୍ପାଦକ ଦୀପକ ବେହେରା,ତାଳସରଦା ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ସେଠୀ, ସମିତି ସଭ୍ୟ ପ୍ରତିନିଧି ରାଜକୁମାର ସେଠୀ, ଶ୍ରୀପତି ମହାକୁଡ, ଶ୍ରୀକ୍ଷେତ୍ର ମହାକୁଡ଼ , ଦୁଷ୍ମନ୍ତ କୁମାର ପୃଷ୍ଟି, , ମହେଶ ପ୍ରସାଦ ଅଗ୍ରୱାଲ, ରମେଶ ପ୍ରସାଦ ସାହୁ,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l