ଭବାନିପାଟଣା ଠାରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

42 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଚେସ ଏସୋସିଏସନ ଓ ମାରୱାଡି ଯୁବାମଞ୍ଚ, ଜାଗୃତି ଶାଖା, ଭବାନିପାଟଣା ଦ୍ବାରା ଏକ ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ଅଗ୍ରସେନ ଭବନ, ଭବାନିପାଟଣା ଠାରେ ତା ୦୨: ୧୨: ୨୨ରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭାବେ ଯୋଗଦେଇ ଭବାନୀପାଟଣା ନିର୍ବାହି ଅଧିକାରୀ ବଳୟ ଦେହୁରୀ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ୦୩ ତାରିଖ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଭବାନିପାଟଣା ପୌରାଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ଅଭିଜ୍ଞ ଚେସ ଖେଳାଳୀ ଶ୍ରୀଯୁକ୍ତ ସୁଧୀର କୁମାର ବେହେରା ଓ ଶ୍ରୀମତୀ କୁସୁମ ଅଗ୍ରୱାଲ ଯୋଗଦାନ କରିଥିଲେ।

ଅନୁଷ୍ଠାନର ସଭାପତି ରବିନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ ଓ ଜାଗୃତି ଶାଖାର ସଭାପତି ଶ୍ରୀମତୀ ଶ୍ବେତା ଅଗ୍ରୱାଲ, ରଶ୍ମି ଅଗ୍ରୱାଲ, ଭୀମସେନ ପାତ୍ର, ବିଷ୍ଣୁ ଅଗ୍ରୱାଲ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସର ୮୨ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ବିଭିନ୍ନ ବର୍ଗରେ ସମୁଦାୟ ୨୨ ଜଣଙ୍କୁ ପୁରସ୍କୃତ କରାଗଲା। ଶ୍ରୀଯୁକ୍ତ କାର୍ତ୍ତିକ ଦଣ୍ଡସେନା ପ୍ରଥମ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ଦ୍ବିତିୟ ଓ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶ୍ରୀଯୁକ୍ତ ବିଦୁ ଭୂଷଣ ମିଶ୍ର ମୁଖ୍ୟବିଚାରକ କାର୍ଯ୍ୟ ତୁଲାଇ ଥିଲେ।ଶ୍ରୀଯୁକ୍ତ ବିଶ୍ବ ରଞ୍ଜନ ପଣ୍ଡା ସଭା କାର୍ଯ୍ଯ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ସଂପାଦନାରେ କ୍ଷୀରୋଦ ଚନ୍ଦ୍ର ମୁଣ୍ଡ, ପ୍ରଭାତ ବ୍ରହ୍ମା, ସଂଜୀବ ଯୋଷୀ, ସୁଶିଲ ପଣ୍ଡା, ଶିଖା ଅଗ୍ରୱାଲ, ଜୟଶ୍ରୀ ଅଗ୍ରୱାଲ, ଅନୀତା ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ମାଙ୍ଗେଲାଲ ନାଏକ ଓ ଅନ୍ଯ ସଭ୍ଯବୃନ୍ଦ ସାହାର୍ଯ୍ଯ କରିଥିଲେ।

Related Post

ଫୁଟବଲ ମ୍ୟାଚ ଉଦଯାପନୀ ଦିବସରେ ଯୋଗଦେଲେ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ

Posted by - February 8, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ନୀଳଗିରି ମିନି ଷ୍ଟାଡିୟମ ପରିସରରେ, ଏକ ଦୁଇଦିନିଆ ଜିଲ୍ଲା ସ୍ତରୀୟ ଫୁଟବଲ ମ୍ୟାଚ ଉଦଘାଟିତ ହୋଇଯାଇଛି। ବିଜେଡି ର ଯୁବ ନେତା ସବ୍ୟସାଚୀ ମହାପାତ୍ର ଓ…

ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାଗ ନେବେ ଲାଲୁ, ଓଡିଶା କ୍ରୀଡ଼ାରେ ସ୍ରୁଷ୍ଟି କଲେ ଏକ ମାଇଲ ଖୁଣ୍ଟ

Posted by - May 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ଲାଲା ପ୍ରସାଦ ଭୋଇ ଓଡିଶା କ୍ରୀଡା ଜଗତରେ ସୃଷ୍ଟି…

ଭଲିବଲ୍ ଟୁର୍ଣ୍ଣାମେଣ୍ଟ ରେ କିଟ୍ ଚମ୍ପିଆନ୍

Posted by - December 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିରିପଟା ଠାରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଆନ୍ତଃ କ୍ଲବ ଦିବା ରାତ୍ର ଭଲିବଲ୍ ଟୁନାମେଣ୍ଟ ଅନୁଷ୍ଠିତ ହୋଈଯାଈଛି | ସରକାରୀ…

ଆଦିବାସୀ କ୍ଲବ୍ ଗଡମୁଣ୍ଡା ପକ୍ଷରୁ ଅନ୍ତଃଜିଲ୍ଲା ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ମହାନଗର ୱାର୍ଡ ନଂ.୧୨ ଡେଙ୍ଗିମଚା ସ୍କୁଲ ସ୍ଥିତ ଖେଳପଡିଆରେ ଗଡମୁଣ୍ଡା ଆଦିବାସୀ କ୍ଲବ୍ ପକ୍ଷରୁ ଆଜି ଅନ୍ତଃଜିଲ୍ଲା ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…

ଭୈରବୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ସର୍ଗିପାଲି ବିଜୟୀ

Posted by - February 9, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା )ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ଚତୁର୍ଦଶ ଭୈରବୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି ।…