କୋକସରା ଡିଗ୍ରୀ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ଏଡସ ସଚେତନତା ଦିବସ ପାଳିତ

89 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଶ୍ୱ ଏଡସ ଦିବସ ଏହି ଅବସର ରେ ଲୋକଙ୍କୁ ଏଡସ ରୋଗ ର ନିରାକରଣ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୟୁଥ ରେଡ଼କ୍ରସ ଓ ଏନଏସଏସ ମିଳିତ ଆନୁକୂଲ୍ୟରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଉଭୟ କଲେଜ ର ଛାତ୍ରଛାତ୍ରୀ ମାନେ ଏଡସ ମୁକ୍ତ ଭାରତ ପାଇଁ ସଚେତନତା ବାର୍ତ୍ତା ନେଇ କୋକସରା ସହର ପରିକ୍ରମା କରି ଏଡସ ରୋଗ ନିରାକରଣ ଉପରେ ଲୋକଙ୍କୁ ସଚେତନ କରିଛନ୍ତି।

ପରେ ଏଡସ ସଚେତନ କୁ ନେଇ ଡିଗ୍ରୀ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଗୁଣାକାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି,ଡ଼. ଅନିଲ କୁମାର ମେହେର ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ସ୍ୱାସ୍ଥ୍ୟ କର୍ମୀ ଅମୋଦ କୁମାର ଗୋଲାପ,ଏନଏସଏସ ସଂଯୋଜକ ଅଇରୀ ନାସନ ଚିନ୍ଦା,ଅଧ୍ୟାପକ ଜଗନ ଚନ୍ଦାନି,ପୁଷ୍ପରାଜ ମେହେର ମଞ୍ଚାସିନ ରହିଥିଲେ। ୟୁଥ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ସୁବ୍ରତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଡ଼. ପ୍ରଭାତ କୁମାର ଶୁକ୍ଳା, ଦେବେନ୍ଦ୍ର ମେହେର,ଜୟରାମ ସୁନାନୀ,ପବିତ୍ର କେତକି ଉପସ୍ଥିତ ରହି ଏଡସ ଆଲୋଚନା ଚକ୍ର ରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ସଂଜୟ କୁମାର ପୁରୋହିତ ଙ୍କ ପରିଚାଳନା ରେ ସଚେତନତା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ପତକା ଦେଖାଇ ଶୁଭାରମ୍ଭ କରିଥିଲେ।

ରେଡ଼ ରିବନ କ୍ଲବ ପକ୍ଷରୁ ସଚେତନତା ଅଭିଯାନ କରା ଯାଇଥିଲା। ମୁଖ୍ୟ ଅତିଥି ଭାବେ ଡ଼. ରଜତ ସୌମ୍ୟ ଅନୁରାଗ,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ଉପସ୍ଥିତ ରହି ଏଡସ ନିରାକରଣ ଉପରେ ପରାମର୍ଶ ଦେଇଥିଲେ। ଏହି ଅବସର ରେ ବକୃତା,ରଚନା ଚିତ୍ରଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ କୃତ୍ତି ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ।

Related Post

କର୍କଟ ରୋଗ ପରାମର୍ଶ ଶିବିର

Posted by - August 24, 2021 0
ସୋନପୁର :(ଅଜିତ କୁମାର ପୂଜାରୀ)ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l…

ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

Posted by - February 10, 2022 0
ମାଲ୍କାନାଗିରି:(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଆୟୋଜିତ ଉକ୍ତ…

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ ହସ୍ପିଟାଲ

Posted by - April 15, 2020 380
ମୟୁରଭଞ୍ଜ:( ସୀତାରାମ ଦିକ୍ଷୀତ) ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ପ୍ରସ୍ତୁତ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଆଜି ଲୋକାର୍ପିତ…

ଯାଜପୁର ଜିଲ୍ଲାରେ ୪୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

Posted by - July 30, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଏହି ଜୁଲାଇ ମାସରେ ସାଂଘାତିକ ଭାବେ ଆକ୍ରାନ୍ତଙ୍କ…