ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗାଆଁ ସାଥି ମାନଙ୍କ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ୧୪ ଟି ବ୍ଲକର ଗାଁ ସାଥି ମାନଙ୍କ ସଭାପତି, ସମ୍ପାଦକ ଓ ବ୍ଲକ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ବୀରବର ସାହୁ, ଏପିଓ ଶୁଭ୍ରାଂଶୁ ଶେଖର ମହାନନ୍ଦ, ଜିଲ୍ଲା ସଭାପତି ସଞ୍ଜୟ ଗଡତୀୟ।, ସମ୍ପାଦକ କରୁଣା କର ବାଗ, କୋଷାଧ୍ୟକ୍ଷ ଜଳଧର ଧରୁଆ, ରାଜ୍ୟ ଉପସଭାପତି ରମେଶ ରଣା, ଟିଟିଲାଗଡ଼ ବ୍ଲକ ସଭାପତି ଜଳଧର ଧରୁଆ, ସମ୍ପାଦିକା ମଞ୍ଜତା କୁମ୍ଭାର, ଉପସଭାପତି ପରମାନନ୍ଦ ତାଣ୍ଡି, କୋଷାଧ୍ୟକ୍ଷ ଜୟଶ୍ରୀ ଖର୍ସେଲ ପ୍ରମୁଖ ମଞ୍ଚ।ସିନ ଥିଲେ।
ଏହି ବୈଠକରେ ଜିଲ୍ଳା କମିଟିକୁ ଆହୁରି ସୁଦୃଢ଼ କରିବା ସହ ୧୫ ବର୍ଷ ହେଲା ଗାଁ ସାଥୀ ନିଯୁକ୍ତି ହେଲା ପରେ ମଧ୍ଯ ଆଜି ଯାଏଁ କେବଳ ଦୈନିକ ମଜୁରୀ ପାଉଛୁ, ସରକାର ଆମକୁ ଦୈନିକ ମଜୁରୀ ନ ଦେଇ ଆମ କାମକୁ ଆଖୀ ଆଗରେ ରଖି ମାସିକିଆ ଦରମା ଆଠ ହଜାର ଲାଗୁ ନ କଲେ ଗାଁ ସାଥୀ ଆଗାମୀ ଦିନରେ ନବିନ ନିବାସ ଘେରାଉ କରିବାକୁ ପ୍ରସ୍ତାବ ଆଗତ ହୋଇଛି, ପୁର୍ବରୁ ଏ ସମ୍ବନ୍ଧିତ ଏକ ଦାବିପତ୍ର ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି କିନ୍ତୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ସେଥିପାଇଁ ବାଧ୍ୟ ହୋଇ ଏହି ବୈଠକରେ ଆଗାମୀ ପନ୍ଥା ନିର୍ଧାରଣ କରିବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି।