ସମ୍ବଲପୁର: ୩୦/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରାମାପଡା ଖେଲ ପଡିଆ ଠାରେ ଆଜି ଚତୁର୍ଥ ଗ୍ରୀନ ଏସୋସିଏସନ ଆଣ୍ଡ ଚାରିଟେବୁଲ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି। ଡ.ବିଆର ଆମେଦକର କ୍ଲବ ରେଙ୍ଗାଲି ପୁରୁଣାବସ୍ତି ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସାମ୍ବାଦିକ ରତ୍ନ ରମାକାନ୍ତ ବିଶ୍ଵାଳ, ସାମ୍ବାଦିକ ସନ୍ଦିପ ଶର୍ମା,ବରିଷ୍ଠ ଅବସର ପ୍ରାପ୍ତ ଖେଲ ଶିକ୍ଷକ ପ୍ରଫୁଲ୍ଲ କୁମାର ଗହିର,ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ଯୋଗଦେଇ ପ୍ରଥମେ ମାଁ ସମଲେଶ୍ବରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ ମିଲିତ ଭାବରେ ଫିତା କାଟି ଉଦ୍ଘାଟନ କରିଥିଲେ।
ଖେଳ ଆରମ୍ଭ ପୂର୍ବରୁ କ୍ଲବର ସଭ୍ଯ ଦିବଙ୍ଗତ ଚର୍ତୁଭୁଜ ଭୋଇଙ୍କ ଅମର ଆତ୍ମାର ସତଗତି ପାଇଁ ଅନୁଷ୍ଠାନ ପକ୍ଷରୁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉଦ୍ଘାଟନୀ ମ୍ଯାଚ ଅମନ ୧୧ ଏବଂ ଅନିଲ ୧୧ ମଧ୍ଯରେ ଅନୁଷ୍ଠିତ ହୋଇଥିଲା ଅନିଲ ୧୧ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି କ୍ରିକେଟ ଟିମ ଯୋଗ ଦେଇ ଖେଲ ପ୍ରଦର୍ଶନ କରିବେ।ଡିସେମ୍ବର ୪ ତାରିଖ ରବିବାର ଦିନ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଲ ଅନୁଷ୍ଠିତ ହେବ।