Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ସଚିବାଳୟ ସହକାରୀ ବିଭାଗୀୟ ଅଧିକାରୀମାନଙ୍କ ବୌଦ୍ଧଜିଲା କ୍ଷେତ୍ର ପରିଦର୍ଶନ

49 0

ବୌଦ୍ଧ:୨୯ା୧୧(ଚିତ୍ତ ରଞ୍ଜନ ସିଂହ) ସଚିବାଳୟରେ ନବନିଯୁକ୍ତି ପାଇଥିବା ୩୧ ଜଣ ସହକାରୀ ବିଭାଗୀୟ ଅଧିକାରୀମାନେ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ପ୍ରଶାସନିକ କାର୍ଯ୍ୟକ୍ରମ ସଂପର୍କରେ ଜ୍ଞାନ ଆହରଣ କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ ପାୱାର ପଏଣ୍ଟ ମାଧ୍ୟମରେ ଏହି ଅଧିକାରୀମାନଙ୍କୁ ଜିଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଯାଇଥିଲା । ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ବୌଦ୍ଧଜିଲା ଭ୍ରମଣରେ ଆସିଥିôବା ସଚିବାଳୟ ସହକାରୀ ଅଧିକାରୀମାନଙ୍କୁ ସ୍ୱାଗତ କରିବାପରେ ସଂସ୍ଥାପନା ଅଧିକାରୀ ଝରଣା ପ୍ରଧାନ ସରକାରୀ କର୍ମଚାରୀଙ୍କ ପେନଶନ ବ୍ୟବସ୍ଥା,ଅଦାଲତି ମାମଲା ପରିଚାଳନା,ବନ୍ଧୁକ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ସହିତ ବିଭାଗୀୟ ଦାୟିତ୍ୱ ସଂପର୍କରେ ଅବଗତ କରାଇଥିଲେ ।

ସେହିପରି ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ ସାଧାରଣ ବଣ୍ଟନ ବ୍ୟବସ୍ଥା,ଅନ୍ତୋଦୟ ଯୋଜନା,ଅନ୍ନପୂର୍ଣ୍ଣା ଯୋଜନା ଓ ଖାଉଟି ସୁରକ୍ଷା ଆଇନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲା ପ୍ରକଳ୍ପ ଅଧିକାରୀ ଜରୂରୀକାଳୀନ ବିଭାଗ ସଞ୍ଜୟ କୁମାର ଝା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଜିଲା ସମାଜିକ ସୂରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରକ୍ତ ଜିଲାପାଳ ଶ୍ରୀମତୀ ଦଳବେହେରା ଜିଲାପାଳଙ୍କ କାର୍ଯ୍ୟାଳୟ ପରିଚାଳନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ସନ୍ଧ୍ୟାରେ ସମସ୍ତ ସଚିବାଳୟ ଅଧିକାରୀ ଜିଲାର ଐତିହ୍ୟସଂପର୍ଣ୍ଣ ଗନ୍ଧରାଢୀ ପରିଦର୍ଶନ କରିବା ସହିତ ନାରାୟଣନଗର ଗ୍ରାମରେ ପହଞ୍ଚି ବୁଣାକାରମାନଙ୍କ ସହିତ ଆଲୋଚନା କରିଥିଲେ । ବୁଣାକାରମାନଙ୍କ ତନ୍ତଶାଳା,ବୁଣାକାର ସାମଗ୍ରୀ ଏବଂ ପ୍ରସ୍ତୁତ ହାତବୁଣା ଲୁଗା ଦେଖିଥିଲେ ।

ସେଠାରୁ ବୌଦ୍ଧ ସଂଗ୍ରହାଳୟରେ ପହଞ୍ଚି ସମସ୍ତ କକ୍ଷରେ ରଖାଯାଇଥିବା ସଂଗୃହୀତ ସାମଗ୍ରୀ ଦେଖିଥିଲେ । ବୌଦ୍ଧ ଅତିଥିଭବନଠାରେ ରାତ୍ରି ବିଶ୍ରାମ କରିବାପରେ ପରଦିନ(ମଙ୍ଗଳବାର) ସକାଳୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲାର ସମସ୍ତ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଆଲୋଚନା କରିଥିଲେ । ବୌଦ୍ଧରୁ କନ୍ଧମାଳ ଜିଲାକୁ ଗସ୍ତ କରିବା ଅବସରରେ ସମସ୍ତ ସହକାରୀ ବିଭାଗୀୟ ଅଧିକାରୀ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁରଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ କରି ଶିଶୁମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅଧିକାରୀମାନଙ୍କ ସହିତ ଗାଇଡ ଅଧିକାରୀ ଭାବରେ କ୍ଷୀରୋଦ କୁମାର ନାୟକ ଓ କ୍ଷୀରୋଦ କୁମାର ବିଶ୍ୱାଳ ସାମିଲ ହୋଇଥିଲେ ।

Related Post

କଳାହାଣ୍ଡି ରେ ରାଷ୍ଟୀୟ ଏକତା ବିକାଶ ର କଥା : ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

Posted by - November 1, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବ…

ଅତାବିରା ବ୍ଲକ ର ଆଗାମି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶିତ

Posted by - January 26, 2022 0
ବରଗଡ/ଅତାବିରା:ସାରା ଦେଶରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମାନଙ୍କରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।ପାଞ୍ଚବର୍ଷ ପାଇଁ ଜନତା ବାଛିବେ ତାଙ୍କ ମନ ପସନ୍ଦ ପ୍ରତିନିଧି…

ବ୍ଲକ ସ୍ତରୀୟ ‘ପଢନା ଲିଖନା ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ

Posted by - March 15, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଶିକ୍ଷା ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର।ବର୍ତ୍ତମାନ ସମୟରେ ଶିକ୍ଷାର ଆବଶ୍ୟକତା ଜୀବନ କ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ। ବିନା ଶିକ୍ଷାରେ…

ବଙ୍ଗୋମୁଣ୍ଡା ଗରିବୀ ସେନା ପକ୍ଷରୁ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ

Posted by - April 29, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁ ମାନଙ୍କର ଲାଗି ରହିଥିବା ବିଭିନ୍ନ ପ୍ରମୁଖ ସମସ୍ୟା କୁ ନେଇ ବଙ୍ଗୋମୁଣ୍ଡା ଗରିବ ସେନା…

ସରକାରୀ କ୍ୱଟରଜମି ଉଚ୍ଛେଦ ପରେ ମହିଳା ଗ୍ରୁପକୁ ହସ୍ତାନ୍ତର

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଠାରେ ଆଜି ସରକାରୀକ୍ୱଟର ଜମି ତଥାହସ୍ତ ତନ୍ତ୍ର ସେବା ସମ ବାୟୁ ତାଲିମ କେନ୍ଦ୍ରକୁ କୌଣସି…