ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଆଜି ଭୋର୍ ସମୟରେ ଏକ ଟମାଟୋ ବୋଝେଇ ଟ୍ରକ ଭାରସାମ୍ଯ ହରାଇ ଓଲଟି ପଡିଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡ୍ରାଇଭର ଓ ହେଲପର।
ଜଗଦଳପୁର ରୁ ଟମାଟୋ ଧରି ଜୁନାଗଡ ଅଭିମୁଖେ ଆସୁଥିବା OR08H2060 ନମ୍ଵର୍ ବିଶିଷ୍ଟ ଟ୍ରକ୍ ଟି ଭାରସାମ୍ଯ ହରାଇ ତଣ୍ଡାଗୁଡା ଗ୍ରାମର ଏକ କଲଭର୍ଟ ତଳକୁ ଖସି ପଡିଥିଲା। ଫଳରେ ଟମାଟୋ ବିଛେଇ ହୋଇ ପଡିଥିଲା। ପରେ ଠିକ୍ ଥିବା କିଛି ଟମାଟୋ ସଂଗ୍ରହ କରି ଅନ୍ୟ ଏକ ପିକଅପ୍ ଯୋଗେ ଜୁନାଗଡ କୁ ପ୍ରେରଣ କରଯାଇଛି ।