ସୁବର୍ଣ୍ଣପୁର ରେ ଜିଲ୍ଲା ନିଯୁକ୍ତି ମେଳା ଅନୁଷ୍ଠିତ

48 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୁବର୍ଣପୁର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ଟାଉନ୍ ହଲ୍ ଠାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ନିୟୋଜନ ଅଧିକାରୀ ସଂଯୁ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍ ମୁଖ୍ୟ ଅତିଥି ଭାବରେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I

ଏହି ନିଯୁକ୍ତି ମେଳା ରେ ରାଜ୍ୟ ଭିତର ଏବଂ ରାଜ୍ୟ ବାହାରର ବିଭିନ୍ନ 19 ଟି ସ୍ୱନାମଧନ୍ୟ ନିଯୁକ୍ତି ପ୍ରଦାନ କାରୀ ସଂସ୍ଥା ଅଂଶ ଗ୍ରହଣ କରିଥିଲେ I ଜିଲ୍ଲା ର ସମସ୍ତ ଛଅ ଟି ବ୍ଲକ ରୁ ସହସ୍ରାଧିକ ଯୁବକ ଯୁବତୀ ଏହି ମେଳାରେ ନାମ ପଞ୍ଜୀକରଣ କରି ବିଭିନ୍ନ ମନପସନ୍ଦ ସଂସ୍ଥା ରେ ଯୋଗ ଦେବା ପାଇଁ ପଦକ୍ଷେପ ନେଇଥିଲେ ଇ ଆଜି ଏହି ନିଯୁକ୍ତି ମେଳାରେ ସମୁଦାୟ 791 ଜଣ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ବିଶେଷ ଭାବେ Worry free technology ରେ ସର୍ବାଧିକ 131 ଜଣ ଦ୍ଵିତୀୟ ରେ Care vision private limited ରେ 99 ଜଣ, ଜନ କଲ୍ୟାଣୀ ଫୋୖଣ୍ଡସନ ରେ 99 ଜଣ ଏବଂ Vedamata Groups pvt ltd ରେ 94 ଜଣ ନାମ ପଞ୍ଜୀକୃତ କରିଥିଲେ l

ସେହିପରି ଟାଟା ମୋଟର୍ସ ରେ 27 ଜଣ ଏବଂ ଜିଓ ଫାଇବର ରେ 55 ଜଣ ଯୁବା ପଂଜିକୃତ କରିଛନ୍ତି l କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ହୋଇ ରହିଥିବା ନିଯୁକ୍ତି ମେଳା ଏହି ବର୍ଷ ଅନୁଷ୍ଠିତ ହୋଇଥିବା ଯୋଗୁଁ ବହୁ ସଂଖ୍ୟାରେ ଯୁବା ବର୍ଗ ଆଗ୍ରହ ସହକାରେ ଅଂଶ ଗ୍ରହଣ କରିଥିଲେ l ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ସଞ୍ଜୁ ସାହୁ ସ୍ୱାଗତ ଅବିଭାଷଣ ପ୍ରଦାନ ପୂର୍ବକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ l ଯୁବାବର୍ଗ ଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ସଭା କୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ
କରିଥିଲେ l

 

Related Post

କାହା ସ୍ୱାର୍ଥରେ ଜୁନାଗଡ଼ ଷ୍ଟେସନ ଶୌଚାଳୟ! ଝୁଲୁଛି ତାଲା,ବ୍ୟବହାର କରୁଛି କିଏ?

Posted by - December 28, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୋଡ଼ ରେଳଷ୍ଟେସନ ରେ ମହାନଦୀ କୋଲ ଫିଲ୍ଡ ଲିଃ ପକ୍ଷରୁ ନିର୍ମିତ ହୋଇଛି…

ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ତିନି ଜଣିଆ କମିଟି ସୋନପୁର କଲେଜ ପରିଦର୍ଶନ

Posted by - August 7, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର କଲେଜ ର ପାଠ୍ୟ ଖସଡ଼ା, ଭିତ୍ତିଭୂମି, ଅଧ୍ୟାପନା, ପରୀକ୍ଷା ପରିଚାଳନା ସହିତ ଆନୁଷାଙ୍ଗିକ ପ୍ରତ୍ୟକ୍ଷ ନିରୀକ୍ଷଣ କରିବା ପାଇଁ ରାଜେନ୍ଦ୍ର ବିଶ୍ଵ…

ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର

Posted by - June 7, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକର ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୨ ବର୍ଷ ପାଇଁ ପ୍ରକୃତିମିତ୍ର ପୁରସ୍କାର ଲାଭ କରିଛି ।…

ଆଦ୍ୟଶକ୍ତି ଜଗତଜନନୀ ମହାମାୟା ମନ୍ଦୀରର ବାର୍ଷିକୋତ୍ସବ ଅନୁଷ୍ଠିତ

Posted by - April 10, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ କେତକିଆଁ ପାଟଣା ଗ୍ରାମରେ ଆଦ୍ୟଶକ୍ତି ଜଗତଜନନୀ ମହାମାୟା ମନ୍ଦୀରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋମଯଜ୍ଞ,ନାମ…

ଖପ୍ରାଖୋଲ ରେ ଦେଶାନ୍ତର ଶ୍ରମିକ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Posted by - October 11, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ , ୟୁନିସେଫ, ବଲାଙ୍ଗିର ପୋଲିସ ଏବଂ ଏଡ଼ଏଟଏକ୍ସସନ ଇଣ୍ଡିଆ…