କାଶୀପୁର: (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲାପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି ଙ୍କର ଉପସ୍ଥିତିରେ ଆଜି କାଶୀପୁର ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଥିଲା ।
କାର୍ଯ୍ୟକ୍ରମ ରେ ମୋଟ ୭୭ ଜଣ ବ୍ୟକ୍ତି ବିଭିନ୍ନ ସମସ୍ୟା କୁ ନେଇ ଅଭିଯୋଗ କରିଥିଲେ l ସେହିପରି ଉକ୍ତ ଅଭିଯୋଗ ମଧ୍ୟରୁ ୬୭ଟି ଵ୍ୟକ୍ତିଗତ ହୋଇଥିବା ବେଳେ ୧୦ ଗୋଟି ସାମୁହିକ ଅଭିଯୋଗ ହସ୍ତଗତ ହେଇଥିଲା l କାର୍ଯ୍ୟକ୍ରମ ରେ ୩ ଜଣକୁ ରେଡକ୍ରସ ପାଣ୍ଠି ରୁ ୧୫ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଥିବାବେଳେ ଅନ୍ୟ ଏକ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ୧୦ ହଜାର ଟଙ୍କାଚେକ ପ୍ରଦାନ କରିଥିଲା ।ଏଥିସହିତ କାଶୀପୁର ତହସିଲ ପକ୍ଷରୁ କାଶୀପୁର ସଂଗଲଗ୍ନ ଇନ୍ଦ୍ରାବତୀ ବୁଡି ଅଂଚଳର ୯ ଜଣ ବିସ୍ଥାପିତ ହିତାଧିକାରୀଙ୍କୁ ପୁଣି କାଶୀପୁର ବ୍ଲକ ଅନ୍ତର୍ଗତ ୧୧ ଟି ବିଦ୍ୟାଳୟକୁ ଆର.ଓ.ଆର ପଟ୍ଟା ବଣ୍ଟନ କରାଯାଇଥିଲା l
ପରବର୍ତ୍ତୀ ସମୟରେ ହେଇଥିବା ଅନ୍ୟ ଅଭିଯୋଗ କୁ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଅଭିଯୋଗ ପ୍ରତି ସମାଧାନ କରିବା ପାଇଁ ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂ ନିର୍ଦ୍ଦେଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମଧ୍ୟରୁ ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଗ୍ରାମୀୟ ଜଳଯୋଗାଣ ସହକାରୀଯନ୍ତ୍ରୀ ,ପ୍ରକଳ୍ପ ପ୍ରଶାସକ ,ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ପଦ୍ମଚରଣ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କାଶୀପୁର, ପ୍ରଦୀପ କୁମାର ପଟନାୟକ, ଗଣେଷ ସାମନ୍ତରାୟ,, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ,ଉଦ୍ୟାନ କୃଷି ଉପନିର୍ଦେଶକ ପତିତପାବନ ସାମନ୍ତରୟ,ଅଧ୍ୟକ୍ଷ ପଂଚାୟତ ସମିତି, କାଶୀପୁର ତହସିଲଦାର ଶରତ ଶବର, ଓ କାଶୀପୁର ମନିଶା ଦାସ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।