ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆସନ୍ତା ୧ ଡିସେମ୍ବରରେ ବିଶ୍ଵ ଏଡସ୍ ଦିବସ ପାଳନ ହେବ। ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ପାଳନତ୍ସୋବରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର, ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନନ୍ଦ କିଶୋର ନାଏକ, ଡାକ୍ତର ଦୂର୍ଗାଦତ୍ତ ଦାଶ, ଡିପିଏମ୍ ବିଶ୍ଵମ୍ବର ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଉମାକାନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ସଫଳ ଆୟୋଜନ ପାଇଁ ନିଜ ମତ ଉପସ୍ଥାପନ କରିଥିଲେ।
ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଏଡସ୍ ପରିଦର୍ଶକ ତଥା ପରାମର୍ଶଦାତା ସୁଦାମ ପଧାନ ସଭା ପରିଚାଳନା କରିଥିବା ବେଳେ ଜ୍ଞାନ ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।