ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସିଦ୍ଧତପୋ ସେବାବନ ଦମ୍ବତୁଗଡ, କଙ୍କଲା ଠାରେ ମହନ୍ତ ସର୍ବେଶ୍ଵର ଦାସ ତ୍ୟାଗୀ ମହାରାଜଙ୍କ ଅଧକ୍ଷତାରେ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗୀରିବର ଦାସ ତ୍ୟାଗୀ ମହାରାଜ ଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ଆସନ୍ତା ଡିସେମ୍ବର ୨ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମହାସମାରୋରେ ଅନୁଷ୍ଟିତ ହେବ l ଏହି ଅବସରରେ କଳସ ଯାତ୍ରା, ଶ୍ରୀମଦ୍ ଭାଗବତ ସପ୍ତାହ ଯଜ୍ଞ, ପ୍ରବର୍ଚ୍ଚନ, ରାମାର୍ଚ୍ଚନ, ମହନ୍ତ ମହାରାଜ ଗୀରିବର୍ ଦାସ ଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ସାଧୁସେବା, ଅନ୍ନ ଯଜ୍ଞ ଇତ୍ୟାଦି ଅନୁଷ୍ଟିତ ହେବ l
ଏହି ଅବସରରେ ମିନାବଜାର, ରାବଣ ଦରବାର ଆୟୋଜନ ପାଇଁ ଆଲୋଚନା କରାଯାଇଥିଲା l ବିଭିନ୍ନ ଆଲୋଚନାରେ ରମେଶ ପ୍ରସାଦ ସାହୁ, ପାୟୋଧର ମହକୁଲ୍, ଦାଶରଥି ମହାକୁଡ଼, ଅକ୍ଷୟ କୁମାର ମହାକୁଡ଼, ଉଗ୍ରସେନ ବେହେରା, ଦୀପକ ବେହେରା, ଶ୍ରୀପତି ମହାକୁଡ, କ୍ଷେତ୍ରବାସୀ ମହାକୁଡ଼, ସୁଶାନ୍ତ କୁମାର ସେଠୀ, ପ୍ରଶାନ୍ତ କୁମାର ସେଠୀ, କୃଷ୍ଣ ମୋହନ ସାହୁ, ମହେଶ ପ୍ରସାଦ ଅଗ୍ରୱାଲ, କୃତ୍ତିବାସ ପଲିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l