ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ,ଓଡିଶାରେ ୯ ଓ ୧୦ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

338 0

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍‌ବୁଲ୍‌’ ରଖାଯାଇଛି। ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି।

ବାତ୍ୟା ‘ବୁଲ୍‌ବୁଲ୍’ ଏବେ ପାରାଦୀପ ଠାରୁ ୭୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ପରେ ଏହାର ୩୬ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

‘ବୁଲ୍‌ବୁଲ୍’ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ୯ ଓ ୧୦ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ମହା’ ଗୁଜରାଟ ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯାଇଛି। ଏହାର ପ୍ରଭାବରେ ସୌରାଷ୍ଟ୍ର ଓ ଗୁଜରାଟରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

Facebook Notice for EU! You need to login to view and post FB Comments!

Related Post

ରାଜ୍ୟ କିଷାନ କଂଗ୍ରେସ ସଭାପତି ଙ୍କ ମରୁଡ଼ି ଅଞ୍ଚଳ ଗସ୍ତ

Posted by - August 26, 2021 0
ସୋନପୁର:(ଅଜିତ୍ କୁମାର ପୂଜାରୀ)ଆଜି ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ସୋନପୁର ବ୍ଲକ ର ମରୁଡ଼ି ଅଞ୍ଚଳ ବୁଲି ଦେଖିଛନ୍ତି l ସୋନପୁର ବ୍ଲକ୍ କଳାପଥର,…

ଗଛ ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

Posted by - September 24, 2021 0
ସୋର:(ପ୍ରଭାକର ମଲ୍ଲିକ)ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସାହୁଡି ପଞ୍ଚାୟତ ନ ଡି ଆଳ ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁତ୍ର ଲମ୍ବୁଧର ବେହେରା ବୟସ 45 ବର୍ଷ ।…

ମିଥ୍ୟା ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦାବୀପତ୍ର 

Posted by - August 21, 2021 0
ଯାଜପୁର ଜିଲା ମଂଗଳପୁର ଥାନା ପାଲଟପୁର ପଂଚାୟତରେ କେତେକ ଖଳ ପ୍ରକୃତିର ଲୋକେ ସରକାରୀ ଜାଗା ଜବରଦଖଲ ହୋଇଥିବା ଅଭିଯୋଗ କରିଥିଲେ,ଏହାର ପ୍ରତିବାଦରେ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁରର ଅତିରିକ୍ତ ଜିଲାପାଳ ଙ୍କୁ ଭେଟି ଏଭଳି ମିଥ୍ୟା ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ସରକାରୀ ଅମିନ ସାହାଯ୍ୟରେ ଏହି ଜମିଜମା ମାପ ଚୁପ ହେବା ପରେ ଏହା ସ୍ପଷ୍ଟ ହୋଇଛି । Facebook Notice for EU! You need to login to view and post FB Comments!

ଲରମ୍ଭା ମହାବିଦ୍ୟାଲୟରେ ବିଶ୍ୱ ଏଡସ ଦିବସ ପାଲିତ

Posted by - December 2, 2021 0
ବରଗଡ/ଅତାବିରା:ଡିସେମ୍ବର ୧ ତାରିଖ ବୁଧବାର ଦିନ ବିଶ୍ୱ ଏଡସ ଦିବସ ଅବସରରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଲୟଠାରେ ବିଶ୍ୱ ଏଡସ ଦିବସ ପାଲିତ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ବୈଠକ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଗତକାଲି ତା ୨୦.୧୧.୨୦୨୧ ରିଖ ଦିନ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ତା ୨୫.୧୧.୨୦୨୧ ରିଖ ଦିନ ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

Leave a comment

Your email address will not be published.