ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ )ଖାକି ଦେଖାଇଲା ମାନବିକତା । ଦୁର୍ଘଟଣାଗ୍ରସ୍ତ ଆହତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି କଲେ ଯାଜପୁର ଏସପି ରାହୁଲ ପି ଆର । ଯାଜପୁର ଆଙ୍କୁଲା ନିକଟରେ ୨ ଜନ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ପଡ଼ିଥିଲେ ।
ସେହି ବାଟ ଦେଇ ଆସୁଥିବା ଯାଜପୁର ଏସ ପି ରାହୁଲ ପି ଆର ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ । ଏବେ ଆହତ ବ୍ୟକ୍ତି ଙ୍କ ଚିକିତ୍ସା ଚାଲୁରହିଛି ।
ଆହତ ଅବସ୍ଥାରେ ପଡ଼ିଥିବା ୨ ବ୍ୟକ୍ତି ଙ୍କୁ ଦେଖି ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ନିଜ ଗାଡ଼ିରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ନିମନ୍ତେ ଆଣିଥିଲେ । ଯାଜପୁର ଏସପିଙ୍କର ଏଭଳି କାର୍ୟ୍ୟ ପାଇଁ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଛନ୍ତି ।