ଯାଜପୁର:ବିଦେଶୀ ଶିଳ୍ପୀଙ୍କ ହାତର ସ୍ପର୍ଷରେ ପ୍ରତିଷ୍ଠା ହେବ ଯାଜପୁରରେ ଅନେକ କଳାକୃତି ଭାରତର ବାହାରୁ ୧୦ରୁ ଉର୍ଦ୍ଧ ଶିଳ୍ପୀ ଆଜି ଯାଜପୁରରେ ପହଂଚି ଜିଲାପାଳ ଚକ୍ରୱର୍ତି ସିଂ ରାଠୋର ଙ୍କ ସହିତ ଆଲୋଚନା କରିଛନ୍ତି ।
ମେକ୍ସିକୋ,ଉଗାଣ୍ଡା,ସାଉଥ ଆମେରିକା ସମେତ ବିଭିନ୍ନ ଦେଶରୁ ଏହି ଶିଳ୍ପୀ ମାନେ ଜିଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କଳାକୃତି ନିର୍ମାଣ କରିବେ ।ଏଥିସହିତ ସ୍ଥାନୀୟ ଅଂଚଳ ର ଶିଳ୍ପୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିବା ସହିତ ତାଲିମ ମଧ୍ୟ ପ୍ରଦାନ କରାଯିବ ।
ଯାଜପୁରରେ ରହିଥିବା କଳାକୃତି ସଂପର୍କରେ ଅଧିକ ଜ୍ଞାନ ଆହରଣ କରିବା ସହିତ ଏହି ବିଦେଶୀ ଶିଳ୍ପୀ ମାନେ ବିଦେଶରେ ମଧ୍ୟ ଯାଜପୁରର କଳାକୃତୀ ପ୍ରଦର୍ଶିତ କରିପାରିବେ ବୋଲି ଆଶା କରାଯାଉଛି ।
ଚକ୍ରୱର୍ତି ସିଂ ରାଠୋର,ଯାଜପୁର ଜିଲାପାଳ