ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶନିବାର ଦିନ ପଞ୍ଚମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ପଞ୍ଚମ ସନ୍ଧ୍ୟା ରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ଅଧକ୍ଷlତରେ ମଂଚାସୀନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା !
ମହୋତ୍ସବପଞ୍ଚମ ସନ୍ଧ୍ୟାର ମୁଖ୍ୟ ଅତିଥିଭାବେ ବୌଦ୍ଧଜିଲ୍ଲା ପୂର୍ବତନ ଜିଲ୍ଲାପାଳ ତଥା ବର୍ତମାନ ର ଓଡିଶା ସରକାର ଙ୍କ ହରିଜନ ଆଦିବାସୀ ପଛୁଆବର୍ଗ କମିଶନର – ସୀତାଂଶୁ ରାଉତ,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ, ପୁରୁଣା କଟକ ସମିତି ସଭ୍ୟ ସରୋଜ ପ୍ରଧାନ, ଭୈରବୀ ମନ୍ଦିର ପରିଚାଳନା କମିଟି ର ପୂର୍ବତନ ସଭାପତି ସଲିଳ ଭୋକ୍ତା,ଏବଂ ମହୋତ୍ସବ କମିଟି ସମ୍ପାଦକ ଅଶୋକ ସେଠି,ମଞ୍ଚସିନ ଥିବା ବେଳେ ସମସ୍ତ ଅତିଥି ଙ୍କୁ ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l
ପଞ୍ଚମ ସନ୍ଧ୍ୟା ର ମଞ୍ଚ ପରିଚାଳନା ରେ ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ, ଓ ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ ରମେଶ ଚନ୍ଦ୍ର ତାରେଣିଆ କାର୍ଯ୍ୟ ତୁଲାଇ ଥିବା ବେଳେ ଶେଷରେ କମିଟିର ସଦସ୍ୟ କୈଳାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ,lମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ରୁ ଆସିଥିବା ସମ୍ବଲପୁରୀ ନୃତ୍ୟ,ଆଦିବାସୀ ନୃତ୍ୟ,ପାଇଖ ଆଖଡ଼ା, ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଏବଂ ଅଞ୍ଚଳ ର ବିଭିନ୍ନ କଲେଜ ସ୍କୁଲ ର ଛାତ୍ରଛାତ୍ରୀ ଓ ଅଞ୍ଚଳ ର ଲୋକକଳା ନୃତ୍ୟ ଗୀତ ପରିବେଶନ ହୋଇଥିଲ l ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ରେ ଲୋକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା l