ବୌଦ୍ଧରେ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ

60 0

ବୌଦ୍ଧ, : (ଚିତ୍ତରଞ୍ଜନ ସିଂହ)ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବୌଦ୍ଧ ବ୍ଲକ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପବିତ୍ର ମୋହନ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ , ନେହେରୁ ଯୁବ କେନ୍ଦ୍ର ଆସମାନ ମହାକୁଡ଼ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଜ୍ଞାତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର ଯୋଗଦେଇ ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସହ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ ଏବଂ ସମ୍ବିଧାନର ସୁରକ୍ଷା ଓ ସମ୍ମାନ ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଯୁବ ରେଡ଼କ୍ରସ କାଉନସେଲର ଅଶୋକ କୁମାର ପାଣ୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିଲେ, ନେହେରୁ ଯୁବ କେନ୍ଦ୍ରର ବୌଦ୍ଧର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ପ୍ରବୀଣା କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ମଉଲା ଭଣଜା ଏକ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Posted by - November 15, 2022 0
ସମ୍ବଲପୁର: ୧୫/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କୁର୍ଲା ଖେଲ ପଡିଆ ଠାରେ ଜେଏସଡ୍ଲୁ ଫାଉଣ୍ଡେସନ ଅନୁଦାନରେ ଏକ ଦିବସିୟ ୧୦ମ ମଉଲା ଭଣଜା ଫୁଟବଲ…

ଆଇସିଏନ ଇଣ୍ଡିଆ ପ୍ରତିଯୋଗିତାରେ ସମ୍ବଲପୁର ର ପଙ୍କଜ ହାସଲ କଲେ ୩ ଗୋଟି ଟାଇଟେଲ

Posted by - July 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ତଥା ସାରା ଓଡିଶା ବାସିଙ୍କ ପାଇଁ ଗର୍ବ ତଥା ଗୌରବ ଆଣିଲେ ସମ୍ବଲପୁର ର ପଙ୍କଜ ମିଶ୍ର । ସମ୍ବଲପୁର ସହର ରେ…

୫ମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଦ୍ୱିତୀୟ ଦିବସ ଝାରସୁଗୁଡା ବିଜୟୀ

Posted by - January 19, 2023 0
ହରଭଙ୍ଗା: :୧୯/୦୧(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧ ଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା 5ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ…

ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ କବାଡି ପ୍ରତିଯୋଗୀତା ଉଦଯାପିତ

Posted by - February 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବାଳାଶ୍ରମ ପଡିଆରେ ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗୀତା । ପୁରୁଷ ବିଭାଗରେ…

କାନାଡ଼ାକୁ ୫-୧ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

Posted by - December 8, 2018 0
ଭୁବନେଶ୍ୱର : ବିଶ୍ୱକପ୍‌ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଭାରତ କାନାଡ଼ାକୁ ୫-୧ ଗୋଲରେ ହରାଇ ପୁଲ୍‌- ସି’ର ଟପ୍‌ରେ ରହି ସିଧା କ୍ୱାର୍ଟର ଫାଇନାଲରେ ଜାଗା…