ଜିଲ୍ଲାସ୍ତରୀୟ ପାଳନତ୍ସୋବ ଶୁଭାରମ୍ଭ କଲେ ଜିଲ୍ଲାପାଳ

115 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ପୁରୁଷଙ୍କ ପାଇଁ ଏନ.ଏସ.ଭି. ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ, ଏହି ବାର୍ତ୍ତା ନେଇ ଆଜି ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନତ୍ସୋବରେ ଏକ ସଚେତନତା ରାଲି ସୁବର୍ଣ୍ଣପୁର ସହର ପରିକ୍ରମା କରିଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ନାରାୱଣେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ, ଡିପିଏମ ଏନ.ଏଚ.ଏମ ବିଶ୍ଵମ୍ବର ବେହେରା, ଡିଡିଏମ ପ୍ରଦୀପ ସାହୁ, ଡିପିସି ସମୀର ସାହୁ, ହସପିଟାଲ ମେନେଜର ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଯୋଜନା କରିଥିବା ବେଳେ ଆଶା ମେନେଜର ତରଣୀସେନ ପ୍ରଧାନ ଓ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ସହଯୋଗ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ୨୧ ନଭେମ୍ବରରୁ ୦୪ ଡିସେମ୍ବର ଯାଏଁ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ କରାଯାଉଛି। ଦାୟିତ୍ଵବାନ ପୁରୁଷ ଭାବେ ପରିବାର ନିୟୋଜନ ପଦ୍ଧତି ଆପଣାଇବା ସକାଶେ ପୁରୁଷମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଏହି ପକ୍ଷରେ ସମଗ୍ର ଜିଲ୍ଲାରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ହୋଡିଂ, ପୋଷ୍ଟର, ଲିଫଲେଟ, ବେନର, ସ୍ଵାସ୍ଥ୍ୟକାନ୍ଥରେ ବାର୍ତ୍ତା, ମାଇକ ଯୋଗେ ପ୍ରଚାର, ରାଲି ଏବଂ ଗୋଷ୍ଠୀସ୍ତରରେ ସଭା ପରି କାର୍ଯ୍ୟକ୍ରମମାନ ଆୟୋଜନ କରି ଲୋକଙ୍କ ନିକଟକୁ ସଠିକ ସୂଚନା ପହଞ୍ଚାଇ ଲୋକଙ୍କ ମଧ୍ୟରେ ପୁରୁଷ ବନ୍ଧ୍ୟାକରଣର ଗ୍ରହଣୀୟତା ବଢାଇବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ସୂଚନା ଦିଆଯାଇଛି।

 

Related Post

ଗୋ ମାଂସକୁ ଛେଳି ମାଂସ କହି ବିକ୍ରି କରୁଥିବା ବେଳେ ତିନି ଗିରଫ

Posted by - June 26, 2021 0
ଜଗନ୍ନାଥ ପ୍ରସାଦ:((ସୁଶାନ୍ତ କୁମାର ବେହେରା) ଗୋ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଜଗନ୍ନାଥପ୍ରସାଦ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ…

ସୂର୍ଯ୍ୟକିରଣ ବାଜିଲେ ବେହୋସ୍ ହୋଇ ପଡ଼ୁଛି ହରିଶ୍ଚନ୍ଦ୍ର

Posted by - July 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ସୂର୍ଯ୍ୟକିରଣ ବାଜିଲେ ବେହୋସ୍ ହୋଇ ପଡ଼ୁଛି ହରିଶ୍ଚନ୍ଦ୍ର। ଜନ୍ମର ଦେଢ଼ବର୍ଷ ପରେ ହରିଶ୍ଚନ୍ଦ୍ରର ଶରୀରରେ ଏହି ଲକ୍ଷଣ ଦେଖାଦେଇଛି। ଡାକ୍ତର କହୁଛନ୍ତି, ହରିଶ୍ଚନ୍ଦ୍ରର ହୃତ୍‌ପିଣ୍ଡରେ…

ଆସିକା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ଙ୍କ ନାମାଙ୍କନପତ୍ର ଦାଖଲ

Posted by - March 25, 2019 616
ଛତ୍ରପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରମିଳାବିଷୋଇ। ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପଣିଗ୍ରାହୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସକାଳେ ପ୍ରମିଳା…

ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି କଡ଼ାକଡ଼ି ନିୟମମାନି ଚଳନ୍ତୁ : ଜିଲ୍ଲାପାଳ

Posted by - July 28, 2020 70
ଯାଜପୁର ଅଫିସ: କରୋନା ପଜିଟିଉ ରୋଗୀ ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ…

ବେଆଇନ ଦାଦନ ଚାଲାଣ ବେଳେ ଖପ୍ରାଖୋଲ ପୁଲିସ ର ଚଢାଉ କୋଡ଼ିଏ ଦାଦନ ଶ୍ରମିକ ଉଦ୍ଧାର ,ଦଲାଲ ଅଟକ

Posted by - October 22, 2022 0
ଖପ୍ରାଖୋଲ :୨୧/୧୦( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଶୁକ୍ରବାର ବେଆଇନ ଦାଦନ ଚାଲାଣ ଉପରେ ଚଢାଉ କରି ଦୁଇଟି ସ୍ଥାନରୁ ୧୨ ଶିଶୁ…