Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଖପ୍ରାଖୋଲ ରେ ଖରିଫ ଧାନ ମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

242 0

ଖପ୍ରାଖୋଲ: ୨୫/୧୧ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସ୍ଥାନୀୟ ଉପବଜାର ପ୍ରାଙ୍ଗଣ ଠାରେ ଖରିଫ ଧାନ ମଣ୍ଡି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଦ୍ଵାରା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୂଜା ପାଠ ସହ ଜିଲ୍ଲାପାଳ ନଡ଼ିଆ ଭାଙ୍ଗି ମଣ୍ଡି ଉଦଘାଟିତ କରିଥିଲେ । ଜିଲ୍ଲାରେ ଚଳିତ ବର୍ଷ ଖପ୍ରାଖୋଲ ରେ ପ୍ରଥମ କରି ଧାନ ମଣ୍ଡି ଆଗୁଆ ଆରମ୍ଭ ହୋଇଥିବା ବେଳେ ଚାଷି ମାନେ କିଭଳି ନିଜ ଉତ୍ପାଦିତ ଧାନ ଠିକ ଭାବରେ ବିକିପରିବେ ସେ ନେଇ କହିଥିଲେ ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି, ପାଟଣାଗଡ ଉପଜିଲ୍ଲପାଳ ଡ଼ ବିଜୟାନନ୍ଦ ସେଠି , ଡି ଆର ସି ଏସ ଦମୟନ୍ତୀ ସିଂ , ଖପ୍ରାଖୋଲ ବି ଡି ଓ ରଶ୍ମିରଞ୍ଜନ ରାଉତ , ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଏ ଆର୍ ସି ଏସ ମିତ୍ରଭାନୁ ବିଶ୍ଵାଳ, ବ୍ଲକ ଯୋଗାଣ ନୀରିକ୍ଷକ ବିକାଶ ବର୍ଲା, ଆର୍ ଏମ ସି ସେକ୍ରେଟାରୀ କେ ଗଡତ୍ୟା , ପେସ୍କ ସଭାପତି ଗୁଣମଣି ଭୋଇ , ସମ୍ପାଦକ ଶ୍ରୀପତି ଭୋଇ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଚାଷି ସଂଗଠନ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ ।

ଗତ ବର୍ଷ ଧାନ କିଣା ବିକା ରେ ଚଷି ମାନେ ଭୋଗିଥିବା ସମସ୍ୟା ଉପସ୍ଥାନ କରିବା ସହ ଚଳିତ ବର୍ଷ ଧାନ ବିକ୍ରି ଟୋକନ୍ ରେ ଜମି ତୁଳନା ରେ କମ୍ ଧାନ ଆସିଥିବା ଅଭିଯୋଗ କରିଥିଲେ। ତୁରନ୍ତ ସମସ୍ୟା ର ସମାଧାନ ର ପ୍ରତିଶୃତି ଦେବାସହ ମଣ୍ଡି ଠିକ୍ ରେ ଚାଲିବାକୁ କହିଥିଲେ। ସେହି ପରି କଟନି ଛଟନି ପ୍ରଶ୍ନ ର ଉତ୍ତର ରେ ସବୁ ଚାଷୀ ଏଫ୍ ଏ କ୍ୟୁି ମାନର ଧାନ ଦିଅନ୍ତୁ ଉଚିତ୍ ମୂଲ୍ୟ ନିଅନ୍ତୁ ବୋଲି କହିଥିଲେ। ଚାଷୀ ସଂଘ ସଭାପତି ମୋହନ ସୁନା, ସୂର୍ଯ୍ୟକାନ୍ତ ସାହୁ, କମ୍ବୁ ଭୋଇ, ବାବୁଲାଲ ଭୋଇ, ତରଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ସୁବର୍ନ ପୁର: ମହଙ୍ଗା ପଡ଼ିଲା ବସ୍‌ ଭିତରେ ପାକିସ୍ତାନ ଜିନ୍ଦାବାଦ ନାରା,ନିରଧୂମ ଛେଚିଲେ ଲୋକ

Posted by - March 1, 2019 179
ପୁଲ୍‌ୱାମା ହମ୍‌ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍‌ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍‌ ସହ ଯାତ୍ରୀଙ୍କୁ…

ଟ୍ରେନରେ ମୃତ୍ୟୁବରଣ କରିଥିବା ଆତ୍ମା ର ସଦଗତି ପାଇଁ ତିଳତର୍ପଣ

Posted by - June 12, 2023 0
ଯାଜପୁର :ଯାଜପୁର ବୈତରଣୀ ନଦୀ ର ଦଶାଶ୍ଵମେଧ ଘାଟ ରେ ବିଜେପି ପକ୍ଷରୁ ବାହାନଗା ଠାରେ ମୃତ୍ୟୁ ବରଣ କରିଥିବା ରେଳ ଯାତ୍ରୀ ଏବଂ ଯାଜପୁର ରୋଡ଼…

କଳିଙ୍ଗନଗର ଗୁଳିକାଣ୍ତକୁ ୧୩ ବର୍ଷ,କଟା ପାପୁଲିର ଡିଏନ୍‌ଏ ଟେଷ୍ଟ କରାଅ, ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ପୁନଃ ପ୍ରକାଶ କର

Posted by - January 4, 2019 26
ଡୁବୁରି :୨୦୦୬ ଜାନୁଆରି ୨ ଗୁଳିକାଣ୍ତରେ ମୃତକଙ୍କ ପାଇଁ ଆଦିବାସୀ ପରମ୍ପରା ଅନୁଯାୟୀ ସକାଳେ ବୀରଭୂମି ଆମ୍ବଗଡିଆ ଠାରେ ଦରି ଦୁଲସନମ ଅନୁଷ୍ଠିତ ହୋଇଥିଲା। ଏହାପରେ ହଇରାଚାମ…

ଆମ ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଦଶ୍ୱାସ ମେଧ ଘାଟ ସଫା

Posted by - January 8, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପୁଣ୍ୟତୟା ବୈତରଣୀ କୂଳରେ ଅବସ୍ଥିତ ସପ୍ତ ମାତୃକା ମନ୍ଦିର ସନ୍ନିକଟ ଦଶ୍ୱାସମେଧ୍ ଘାଟ ଟି ପୌରାଣିକ ଦୃଷ୍ଟିରୁ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ…

ସମ୍ବଲପୁର ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Posted by - June 15, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଆଜି ସମ୍ବଲପୁର ଠାରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ରାଜ୍ୟ ସଭା ସାଂସଦ ଭାବରେ ନିର୍ବାଚିତ…