ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅନ୍ୟତ୍ର ବଦଳି ପାଇଁ ଅବିଭାବକଙ୍କ ଦାବୀ ପାଠ ପଢା ବନ୍ଦ,ସ୍କୁଲ ରେ ପଡିଲା ତାଲା

25 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଶାମ୍ପୂଚ ପଂଚାୟତ ଭରତାପୁର ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମନମୁଖୀ ଓ ସ୍କୁଲ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ବାରମ୍ବାର ବାଧା ସୃଷ୍ଟିକରୁଥିବାରୁ ଏହାର ପ୍ରତିବାଦ ରେ ଶୁକ୍ରବାର ଦିନ ଗ୍ରାମର ଶତାଧିକ ପୁରୁଷ ମହିଳା, ବିଦ୍ୟାଳୟ ଆସି ତାଲା ପକାଇବା ସହ ତୁରନ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ତପସ୍ୟା ମହାନନ୍ଦୀଆ ଓ ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବୀ କରିଥିବା ବେଳେ ସ୍କୁଲ ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା l

ଅଭିଭାବକଙ୍କ ଅଭିଯୋଗ ଅନୁଯାଇ ଠିକ ସମୟ ରେ ବିଦ୍ୟାଳୟ ଙ୍କୁ ନଆସିବା, ମଧ୍ୟାନ ଭୋଜନରେ ନିମ୍ମମାନର ଖାଦ୍ୟ ଦିଆଯାଉଥିବା, ପାଠ ପଢିବା ସମୟରେ ପିଲାଙ୍କୁ ରାସନ ସମାନ ପାଇଁ ଦୋକାନ କୁ ପଠାଇବା, କୋଭିଡ ସମୟରେ ସରକାର ଙ୍କ ଠାରୁ ଆସିଥିବା ସହାୟତା ରାଶି ବିଦ୍ୟାଳୟ ର 52ଜଣ ଛାତ୍ର ଛାତ୍ରୀ ଙ୍କୁ ଜଣ ପିଛା ୧୦୮୪ ଟଙ୍କା ଲେଖାଏଁ ଏଯାବତ ପ୍ରଦାନ କରାଯାଇନଥିବା!ଏମିତିକି କୋଭିଡ ସମୟର ରାଶି କୁ ଉଠାଣ ପାଇଁ ସ୍କୁଲ କମିଟି ସଭାପତି ଙ୍କ ଠାରୁ ଚେକ ରେ ଦସ୍ତଖତ ପ୍ରଧାନ ଶିକ୍ଷୟିତ୍ରୀ ନେଇଥିଲେ ଶୁଦ୍ଧl ପରେ ଅନ୍ୟ ଆଳ ଦେଖାଇ ଚେକ ବାଉଁଶ ହୋଇଛି ବୋଲି ତଥ୍ୟ ଦେବା ଭଳି ବିଭିନ୍ନ ସମସ୍ୟା କୁ ନେଇ ଅଭିଭାବକ ମାନେ ଉତକ୍ଷିପ୍ତ ହୋଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ।

ପିଲାଙ୍କୁ ସ୍କୁଲ ଭିତରକୁ ଛାଡ଼ିବା ସହିତ ନିଜେ ଗ୍ରାମବାସୀ ନିଜ ହାତରୁ ଖାଦ୍ୟ ରାନ୍ଧି ପିଲାଙ୍କୁ ଦେବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍କୁଲ ଭିତରକୁ ପାଦ ମଧ୍ୟ ମାଡିବାକୁ ଦେଇନଥିଲେ!ପରେ ଖବର ପାଇ ABEO ସୋରାଜ କୁମାର କହଁର, ABEO ଜଗନ ମଲ୍ଲିକ ଘଟଣା ସ୍ଥଳରେ ପହଂଚି ଅଭିଭାବକ ଙ୍କୁ ବୁଝାସୁଝା କରିଥିଲେ!କିନ୍ତୁ ଅଭିଭାବକ ଓ ସ୍କୁଲ କମିଟି ଯେତେଦିନ ପ୍ରଯ୍ୟନ୍ତ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନ୍ୟତ୍ର ବଦଳି ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ସ୍କୁଲ ରେ ତାଲା ପଡିବା ସହିତ ଧାରଣା ରେ ବସିବୁ ବୋଲି ସ୍କୁଲ କମିଟି ସଭାପତି ସୁଶାନ୍ତ କୁମାର ମହାକୁଡ଼,ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼,ପରେଶ ମହାକୁଡ଼, କମଳିନୀ ମହାକୁଡ଼,ପ୍ରମୋଦିନୀ ମହାକୁଳ,ଜିତନ୍ଦ୍ର ଲଉରିଆ ଙ୍କ ସମେତ ସମସ୍ତ ଅଭିଭାବକ, ସ୍କୁଲ କମିଟି ଓ ଗ୍ରାମବାସୀ ପ୍ରକାଶ କରିଛନ୍ତିl

Related Post

କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିରର ଉନ୍ନତି କରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Posted by - December 25, 2021 0
କଳାହାଣ୍ଡି 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଥୁଆମୂଳ ରାମପୁର ସ୍ଥିତ ମନ୍ଦିର ପୁନଃ ନିର୍ମାଣ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୦୨ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - September 21, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୦୨ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…

୬୭ ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ଗଡ଼ିଲା ଶିଶୁ ରେଲଗାଡି

Posted by - October 8, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ )ନନ୍ଦନକାନନରେ ପାଳିତ ହୋଇଯାଇଛି।ଏହି ଅବସରରେ ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ,ଜଟଣୀ ବିଧାୟକ ସୁରେଶ…

ନୀଳଗିରି ରେ ସଂଯୁକ୍ତ କିଶନ୍ ମୋର୍ଚ୍ଚା ଆହ୍ବାନ ରେ ୧୦ ଘଣ୍ଟିଆ ଭାରତ ବନ୍ଦ

Posted by - September 28, 2021 0
ନିଳଗିରି:(ସୌମ୍ୟାସାଇ ବାରିକ) ସଂଯୁକ୍ତ କିଶନ ମୋର୍ଚା ଆହ୍ବାନ ରେ କେନ୍ଦ୍ର ସରକାର ଙ୍କ କଳା ,କୃଷି ଆଇନ୍ ,ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି, ବିଭିନ୍…

ଜଙ୍ଗଲ ଭିତରେ ବସତି,ମିଳୁନି ନେଟୱାର୍କ,ଅନଲାଇନ ସେବାରୁ ବଂଚିତ ଛାତ୍ରଛାତ୍ରୀ

Posted by - July 30, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଅଧୁନିକ ଯୁଗରେ ବି ବିତୁଛି ଜଙ୍ଗଲି ଜୀବନ । ମୋବାଇଲ, ଡାକ, ବ୍ୟାଙ୍କ ସେବା ଆଦିରୁ ବଂଚିତ ହେଉଛନ୍ତି ଲୋକେ । ଆମେ କହୁଛୁ ବୌଦ୍ଧ…