ଓଡ଼ିଶାରେ ପ୍ରଥମ, ସମ୍ବଲପୁର ରେ ଫୁଟିଲା କାଶ୍ମିରୀ କେଶର

23 0

ସମ୍ବଲପୁର :୨୪/୧୧ (ରମାକାନ୍ତ ବିଶ୍ବାଳ)ଓଡ଼ିଶାରେ ପ୍ରଥମ ସମ୍ବଲପୁର ରେ ଫୁଟିଲା କଶ୍ମିରୀ କେଶର । ଆଉ ଏହାକୁ ସଫଳତା ସହ ସମ୍ବଲପୁର ରେ କରିଛନ୍ତି ଦିବ୍ୟରାଜ ବେରିହା । ବିଗତ ଦିନରେ କଳା ଧାନ, କଳା ଗହମ, କଳା ହଳଦୀ, କଳା ଅଦା, ଷ୍ଟ୍ରବେରି, ବାୟୋଫ୍ଲକ୍ସ ମାଛ, ଛେଳି, କୁକୁଡ଼ା, ଜୈବିକ ପନିପରିବା, ମୁକ୍ତା ପାଇଁ ଶାମୁକା ଆଦି ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ସମ୍ବଲପୁରର ଯୁବଚାଷୀ ଦିବ୍ୟରାଜ ବେରିହା ଆଉ ଏକ ସଫଳ ପ୍ରୟୋଗ କରି ପ୍ରୟୋଗାତ୍ମକ କୃଷିରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ।

ଓଡ଼ିଶାରେ ପ୍ରଥମଥର ପାଇଁ ସେ ମୂଲ୍ୟବାନ କଶ୍ମିରୀ କେଶର ଉତ୍ପାଦନ କରିଛନ୍ତି ।ସମ୍ବଲପୁର ସହରର ଖଣ୍ଡୁଆଳଠାରେ ଥିବା ନିଜ ଫାର୍ମ ହାଉସ ପରୀକ୍ଷାଗାରରେ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଦିବ୍ୟରାଜ କେଶର ଚାଷ କରିଛନ୍ତି ଓ ରବିବାର।ଏଥିରେ ଫୁଲ ଫୁଟିଛି। ଯୁବ ଚାଷୀ ତଥା ଉଦ୍ଭଦବିଜ୍ଞାନୀ ଦିବ୍ୟରାଜ କାଶ୍ମୀରର ଅନନ୍ତନାଗରୁ କେଶରର ମଞ୍ଜି କିଣି ଗତ ସେପ୍ଟେମ୍ବର ୧୦ ତାରିଖରେ ଏହାକୁ ପରୀକ୍ଷାଗାରରେ ଏରୋପୋନିକ୍ ଉପାୟରେ ଚାଷ କରିଥିଲେ । ପରୀକ୍ଷାଗାରରେ ସେ କଶ୍ମୀରର ପାଣିପାଗସହ ସମାନ ତାପମାତ୍ରା, ଆର୍ଦ୍ରତା ଆଦି ପରିସ୍ଥିତି ସୃଷ୍ଟିକରିଥିଲେ। ୧୨ ଘଣ୍ଟା ଦିବାଲୋକ ଭଳି ଲାଇଟ୍‌ ବ୍ୟବସ୍ଥା କରିଥିଲେ । ୧୦ ହଜାର ଷ୍ଟେରିଲିଟିରେ ଏହି ଚାଷ କରା ଯାଇଥିଲାବେଳେ ସେପ୍ଟେମ୍ବର ୨୪ ତାରିଖରେ ଗନା ହୋଇଥିଲା। ପ୍ରାୟ ୨ ମାସ ପରେ ଅର୍ଥାତ୍‌ ନଭେମ୍ବର ୨୦ରେ ଫୁଲ ଫୁଟିଛି ଆଉ ଏହି ଫୁଲରୁ କଶ୍ମିରୀ କେଶର ସଂଗ୍ରହ କରାଯିବ ଯାହାର ଗ୍ରାମ ପ୍ରତି ବଜାର ମୂଲ୍ୟ ୫୦୦ ଟଙ୍କା ।

ଚଳିତ ବର୍ଷ ପରୀକ୍ଷାମୂଳକ ଭାବେ ଦିବ୍ୟରାଜ ଏହି ଚାଷ କରି ପ୍ରାୟ ୫୦ ହଜାର ଖର୍ଚ୍ଚ କରିଥିଲାବେଳେ ଏଥିରୁ ଦେଢ଼ ଲକ୍ଷ ଟଙ୍କା ଆୟ ହେବ ବୋଲି ଦିବାରାଜ କହିଛନ୍ତି। ଆସନ୍ତା ବର୍ଷ ସେ ଏହାକୁ ବ୍ୟବସାୟିକ ଢଙ୍ଗରେ ଉତ୍ପାଦନ କରିବେ ଓ ଆଗ୍ରହୀ ଚାଷୀଙ୍କ ଏଥି ପାଇଁ ପ୍ରଶିକ୍ଷିତ କରିବେ ବୋଲି ଉଦ୍ଭିଦ ବିଜ୍ଞାନୀ ତଥା ଯୁବ ଚାଷୀ ଦିବ୍ୟରାଜ କହିଛନ୍ତି । ସମ୍ବଲପୁର ସହରର ଦିବ୍ୟରାଜ ଅସମ୍ଭବ କାର୍ଯ୍ଯ ଭଳି ମନେ ହେଉଥିବା କଶ୍ମିରୀ କେଶର କୁ ସମ୍ବଲପୁର ମାଟିରେ ଉତ୍ପାଦନ କରି ଏବେ ବେଶ ଚର୍ଚ୍ଚାରେ ରହିବା ସହ କିଛି ନୂଆ କାର୍ଯ୍ଯ କରିବା ପାଇଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଛନ୍ତି ।

Related Post

ଗାଁରେ ରାତି କାଟିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - November 20, 2019 44
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି…

ସିଆରପିଏଫ୍ ର ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ,ବାଣ୍ଟିଲେ ଜାତୀୟ ପତାକା

Posted by - August 11, 2022 0
ଖପ୍ରାଖୋଲ: ୧୧/୦୮(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରୁ ହରିଶଙ୍କର ଠାରେ ଅବସ୍ଥାପିତ ସିଆରପିଏଫ ୧୮୯/ଏ ବାଟାଲିୟନ ପକ୍ଷରୁ…

ବେଆଇନ ମଦ ବିକ୍ରି ବନ୍ଦ ନେଇ ଥାନା ର ଦ୍ୱାରସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

Posted by - June 17, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା NAC ର୧୨ନମ୍ବର ୱାର୍ଡ ନୂଆଁପାଲି ଗ୍ରାମରେ ଚାଲିଛି ବେଆଇନ ଦେଶୀ ମଦ କାରବାର । ଛୋଟ ପିଲା ଠୁ ଆରମ୍ଭ…

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣା ହଟିଲା

Posted by - October 20, 2020 0
ପୁରୀ :ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର…