ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଟିପିଏସଓଡିଏଲ ବା ଟାଟା ପାୱାରର ଦକ୍ଷିଣାଞ୍ଚଳ ବିଦ୍ୟୁତ ସରବରାହ ସଂସ୍ଥା ଓ ଆଇଡେଣ୍ଟର ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ସର୍କଲ ଅନ୍ତର୍ଗତ ବୌଦ୍ଧ ସବଡିଭିଜନର ପୁରୁଣାକଟକ ବିଦ୍ୟୁତ ସେକ୍ସନର ମଡେଲ ଗ୍ରାମ ପଞ୍ଚାୟତ ଲୁଣିବାହାଲ ଠାରେ ନାଏବ ସରପଞ୍ଚ ହେମାନନ୍ଦ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ସଚେତନତା ଓ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିପିଏସଓଡିଏଲ ସିଏସଆର ସୁପ୍ରଭାଇଜର ସୁଧିର ଦୀପ ଯୋଗ ଦେଇ ଡିଜିଟାଲ ସଚେତନତା ଓ ସାକ୍ଷରତା ତାଲିମ ଦେଇଥିଲେ ।
ତତସହିତ ବିଜୁଳି ସରବରାହ, ନିରାପତ୍ତା ଓ ସୁରକ୍ଷା ଏବଂ ସତର୍କତା ଉପରେ ସଚେତନତା କରିଥିଲେ ଏବଂ ସମସ୍ତେ ଡିଜିଟାଲ ଉପାୟରେ ବିଜୁଳି ବିଲ ପୈଠ କରିବାକୁ ବୁଝାଇଥିଲେ । ବିଜୁଳି ଶକ୍ତି ସଂରକ୍ଷଣ ପାଇଁ ସମସ୍ତଙ୍କୁ ଏଲଇଡି ବଲ ବ୍ୟବହାର କରିବାକୁ ନିବେଦନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଏଲଇଡି ବଲ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ କର୍ମକର୍ତ୍ତା, ମିଶନ ଶକ୍ତିର ମହିଳା ମାନେ ଏବଂ ବିଭିନ୍ନ ଯୁବଗୋଷ୍ଠୀ ଯୋଗ ଦେଇଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ୱାର୍ଡ ମେମ୍ବର ରାଜା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।