ଟିଟିଲାଗଡ଼:( – ନଭେମ୍ବର ୨୩ ତାରିଖ ଦିନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଦିନ ଉପଲକ୍ଷେ ଟିଟିଲାଗଡ଼ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ମହାବୀର ପଞ୍ଚାୟତି ଧର୍ମଶାଳାରେ ଧୁମଧାମରେ ପାଳନ କରାଯାଇଅଛି। ଏହି ଉପଲକ୍ଷେ ପାହାନ୍ତିଆ ୫ ଘଟିକା ସମୟରୁ ନଗର ସକିଂରର୍ତ୍ତନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରଶାନ୍ତି ପତାକା ଉତ୍ତୋଳନ , ଶଢ଼ୋସଉପଚାର ପୂଜା ହୋଇଥିଲା । ଏହାପରେ ଲକ୍ଷ୍ୟାର୍ଚନା , ଭଜନ ଓ ସତସଙ୍ଗ କାର୍ଯ୍ୟକ୍ରମ ସହ ନାରାୟଣ ସେବାରେ ନାରାୟଣ ମାନଙ୍କୁ ଖାଦ୍ୟ ସହିତ କମ୍ବଳ ବଣ୍ଟନ ଭଞ୍ଜନଗରରୁ ଆସିଥିବା ରାଜ୍ୟ ଜନଜାତି ନିର୍ବାହକ ଶ୍ରୀଯୁକ୍ତ ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତରେ ହୋଇଥିଲା । ସନ୍ଧ୍ୟା ଅଧିବେଶନରେ 97 ଗୋଟି ଦୀପଦାନ କରାଯାଇଥିଲା ଏବଂ ବେଦପାଠ , ସ୍ୱତନ୍ତ୍ର ଭଜନ ସହିତ ଜନ୍ମଦିନ ସଙ୍ଗୀତ ସହିତ ଭଗବାନଙ୍କ ଝୁଲଣ କାର୍ଯ୍ୟକ୍ରମ ହୋଇଥିଲା ।ପ୍ରଶାନ୍ତିରେ ଥିବା SUPPER SPECIALITY ରେ ହୃଦୟ ଚିକିତ୍ସିତ ଅନେକ ଭାଇ ଭଉଣୀଙ୍କ ମଧ୍ୟରୁ ମାଉସୀ ଶ୍ରୀମତୀ ସୁଷମାରାଣୀ ପଣ୍ଡା ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ ।
ପ୍ରାକ୍ତନ ବାଳବିକାଶ ଛାତ୍ର ସାଇ ସୁଭମ ସାହୁ ଭଗବାନ ବାବାଙ୍କ ଓ ଛାତ୍ରଙ୍କ ଉପରେ ତାଙ୍କର ମନ୍ତବ୍ୟ ରଖିଥିଲେ। ଉକ୍ତ ସତ୍ସଙ୍ଗରେ ମୁଖ୍ୟବକ୍ତା ଭାବେ ପ୍ରତାପ ସ୍ୱାଇଁ ( ଭଞ୍ଜନଗର ) ଏବଂ ରାଜ୍ୟ ଉପସଭାପତି ଡ଼ା. ରସରାଜ ଠାକୁର ଭଗବାନଙ୍କ ଦିବ୍ୟବାଣୀ ଉପରେ ଆଲୋକପାତ କରିଥିଲେ । ଶେଷରେ ସତ୍ୟସାଇ ସେବା ସଂଗଠନର ଆବାହକ ଶ୍ରୀଯୁକ୍ତ ମାନସ କୁମାର ରଥ ବାର୍ଷିକ ବିବରଣୀ ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଭଗବାନଙ୍କ ମଙ୍ଗଳ ଆରତୀ ହୋଇ ବିଶେଷ ଜନ୍ମଦିନ ପ୍ରସାଦ ଲଡୁ ଉପସ୍ଥିତ ସମସ୍ତ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଜନ୍ମଦିନ ମହୋତ୍ସବରେ ଟିଟିଲାଗଡ଼ ଅଞ୍ଚଳର ଅନେକ ସଂଖ୍ୟାରେ ଭକ୍ତମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ସମିତିର ଆବହକଙ୍କ ନେତୃତ୍ୱରେ ଭାଇ ଜଗଦିଶ୍ୱର ବେହେରା, ଭାଇ ପ୍ରଦୀପ୍ତ କୁମାର ତ୍ରିପାଠୀ, ଭାଇ ଛବିନ୍ଦ୍ର ବାରିକ , ଭାଇ କାଳନ୍ଦୀ ସାହୁ, ଭାଇ ଶିବଶଙ୍କର ସାହୁ ,ଭାଇ ଅଶ୍ୱିନୀ ମିଶ୍ର , ଭାଇ ଜିତେନ୍ଦ୍ର ପଣ୍ଡା , ଭାଇ ସୁରେନ ପଣ୍ଡା, ଭାଇ କ୍ଷୀରୋଦ ପ୍ରସାଦ ସାହୁ,ଭାଇ ମନୋଜ ପଣ୍ଡା,ଭାଇ ସାଇଦର୍ଶନ ସାହୁ,ଭାଇ ଭଗବାନ ରତାଇ, ଭାଇ ନାରାୟଣ ପନୁଆଁ, ଭାଇ ଉମେଶ ଭୋଇ,ଭାଇ ସୌମେନ୍ଦ୍ର ପଟ୍ଟନାୟକ, ଭଉଣୀ ମାନି ମାଝୀ,ଭଉଣୀ ଚିନ୍ମୟୀ ତ୍ରିପାଠୀ, ଭଉଣୀ ନିରୁପମା ପଣ୍ଡା,ଭଉଣୀ ନଳିନୀ ସାହୁ,ଭଉଣୀ ପ୍ରମିଳା ମେହେର ଇତ୍ୟାଦି ସହଯୋଗ କରିଥିଲେ । ଟିଟିଲାଗଡ଼ରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।