ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟର ପ୍ରଥମ ନିଶା ନିବାରଣ ଆଇନ ପ୍ରଣେତା ପୂର୍ବତ୍ତନ ମୂଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନରେ ନିଶା ନିବାରଣ ପାଇଁ ଜନ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ମଙ୍ଗଳପୁର ଶାଖା ପକ୍ଷରୁ ଦଶରଥପୁର ବ୍ଲକ ମଙ୍ଗଳପୁର ବଜାର ଠାରେ ଅନୁଷ୍ଠିତ ଏହି ସମାବେଶରେ ସମାଜସେବୀ ନବକିଶୋର ବେହେରା ଅଧ୍ୟକ୍ଷତା କରିଥିଲେ। ସମାଜସେବୀ ସରୋଜ ବିଶ୍ବାଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ରାଜ୍ୟ ଉପସଭାପତି ଖଗେଶ୍ବର ବଳ , ସାଧାରଣ ସମ୍ପାଦକ ଗିରିଜା ନାୟକ,ସମ୍ପାଦକ ରମାକାନ୍ତ ମଣ୍ଡଳ, ସଦସ୍ୟ ମଳୟ ତ୍ରିପାଠୀ, ପାଲଟପୁର ସରପଞ୍ଚ ଲିପିକା ମଲିକ, କନିକାପଡା ସମିତି ସଭ୍ୟା ସୁନୀତା ଦାସ, ବ୍ଲକ କଂଗ୍ରେସ ସଭାପତି ଶ୍ୟାମସୁନ୍ଦର କର ପ୍ରମୁଖ ଅତିଥିଭାବ ଯୋଗ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ବୋଲି ସଭାରେ ମତପ୍ରକାଶ ପାଇଥିଲା।