କଳାହାଣ୍ଡି ଓ ଏସ୍ ଆର୍ ଟି ସି ଜୋନ୍ ରେ ବହୁ ଲକ୍ଷ ଟଙ୍କାର କେଳେଙ୍କାରୀ, ଅର୍ଥ ଆତ୍ମସାତ୍ ଘଟଣାରେ ପ୍ରଦୀପ ପଟ୍ଟନାୟକ କୁ କୋର୍ଟ ଚାଲାଣ କରିଛି ପୋଲିସ

26 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାର ବିଭିନ୍ନ ବିଭାଗରେ ଦୁର୍ନୀତି ଆକାଶ ଛୁଆଁ ହୋଇଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ମଧ୍ଯ କମ୍ବଳ ଭିତରୁ ବାଳ ବାଛିବା ନ୍ୟାୟ ରେ ନୟାନ୍ତ ହୋଇସାରିଲାଣି। ହେଲେ ଦୁର୍ନୀତି ଥମିବାର ନାଁ ଧରୁନି ଅନ୍ୟ ପକ୍ଷରେ ସରକାରୀ ରାଜକୋଷ ଶୂନ୍ୟ ହୋଇ ବ୍ୟକ୍ତିଗତ ପାଣ୍ଠି ବୃଦ୍ଧି ପାଇବାରେ ଲାଗିଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଓ ଏସ୍ ଆର୍ ଟି ସି ଜୋନ୍ ରେ ପ୍ରଦୀପ ପଟ୍ଟନାୟକ ଓରଫ ଟୁଲୁ ପଟ୍ଟନାୟକ ଚଞ୍ଚକତା କରି ନିଗମର ବହୁ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ କୋର୍ଟ ଚାଲାଣ କରିଛି ପ୍ରଦୀପ ପଟ୍ଟନାୟକ ଙ୍କୁ।

ସୂଚନା ରୁ ଜଣାଯାଏ ଯେ ଗତ ୧୬ ତାରିଖ ଦିନ ଭବାନୀପାଟଣା ରୁ ଦାରିଙ୍ଗବାଡ଼ି ଭାୟା ମୁନିଗୁଡ଼ା ଦେଇ ଯାଉଥିବା ଓ ଏସ୍ ଆର୍ ଟି ସି ର ଏକ ବସ୍ କୁ କଦଳୀ ଘାଟି ନିକଟରେ ଯାଂଚ କରି ବସ୍ ର ଆବଶ୍ୟକୀୟ କାଗଜପତ୍ର ଠିକ୍ ନ ଥିବାରୁ ଘଟଣାସ୍ଥଳରେ ୮ ଲକ୍ଷ ୨୭ ହଜାର ଟଙ୍କା ଜରିମାନା କରିଥିଲେ। ଏହି ଘଟଣାର ଉପର ସ୍ତରରୁ ଅନୁସନ୍ଧାନ ହେବା ପରେ ଅନେକ ଗାଡିର ଇନସ୍ୟୁରାନ୍ସ, ପର୍ମିଟ, ଫିଟନେସ ଆଦି ଜାଲିଆତି ହୋଇଥିବା ଜଣାପଡ଼ି ଥିଲା। ଏହି ଜୋନ ରେ ୨୫ ରୁ ଅଧିକ ବସ୍ ଚଳାଚଳ କରୁଥିଲେ ହେଁ ଆଧିକାଂଶ ଗାଡିର କାଗଜପତ୍ର ଠିକ୍ ନ ଥିବା ଦେଖାଯାଇଛି।

ପ୍ରଦୀପ ପଟ୍ଟନାୟକ ଓରଫ ଟୁଲୁ ପଟ୍ଟନାୟକ ନାମକ ଜୈନିକ କର୍ମଚାରୀ ଏକ ଜେରକ୍ସ ଦୋକାନୀଙ୍କ ସହ ମିଶି ଏଭଲି ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରୁଥିବା ଜାଣିବାକୁ ପାଇଛି ପୋଲିସ। ସମ୍ପୃକ୍ତ ପ୍ରଦୀପ ପଟ୍ଟନାୟକ ଭୁବନେଶ୍ଵର ର ଏକ ହୋଟେଲ ରେ ଖାଉଥିବା ବେଳେ ସହିଦନଗର ପୋଲିସ ଅଟକ ରଖି ଭବାନୀପାଟଣା ଟାଉନ୍ ଥାନା ର ଏ ଏସ୍ ଆଇ ଦୀପ୍ତିକାନ୍ତ ବାରିକ ନେତୃତ୍ଵରେ ଭୁବନେଶ୍ବର ଯାଇଥିବା ସ୍ଵତନ୍ତ୍ର ଟିମ୍ କୁ ହସ୍ତାନ୍ତର କରିଛି। ଭବାନୀପାଟଣା ପୋଲିସ ଏ ସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ହେଲେ ଘଟଣାର ନିରପେକ୍ଷ ତଦନ୍ତ ହେଲେ ବହୁ ଅଧିକାରୀଙ୍କ ମୁଖା ଖୋଲିବା ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ।

Related Post

ମନରେଗା ଯୋଜନାରେ ଦୁର୍ନତୀ, ଚାରିଜଣ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

Posted by - December 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରଶାସନିକ ଅବହେଳା ଓ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସରକାରୀ ବିଭାଗ ରେ ଦୁର୍ନତୀ ଆକାଶ ଛୁଆଁ ହୋଇଛି। ବିଶେଷକରି…

ଗାଡ଼ି ଚେକିଂ କୁ ନେଇ ରେମୁଣା ମନ୍ଦିର ଛକରେ ଉତ୍ତେଜନା , ଗାଡ଼ି ରୁ ପଡି ଚାଲକ ଗୁରୁତର

Posted by - January 21, 2021 0
ରେମୁଣା /ବାଲେଶ୍ଵର:୧୯/୦୧/୨୦୨୧(ସୌମ୍ୟାସାଇ ବାରିକ) ରେମୁଣା ପୋଲିସ୍ ଓ ପରିବହନ ବିଭାଗ ପକ୍ଷରୁ , ରେମୁଣା ମନ୍ଦିର ଛକରେ ମିଳିତ ଯାଞ୍ଚ୍ କରାଯାଉଥିବା ସମୟ ରେ, ବାଇକ ରୁ ପଡି…

୩ ଦିନ ବ୍ୟାପି ମୂଳ ନିବାସୀ ଙ୍କ  ସମ୍ବିଧାନ ଅଧିକାର ଯାତ୍ରା ଆରମ୍ଭ ହେଲା ମଟର ସାଇକଲ ରେଲି

Posted by - November 23, 2022 0
ଧର୍ମଗଡ:ଭାରତୀୟ ସମ୍ବିଧାନରେ ମୁଖବନ୍ଧରେ ଏଦେଶର ପ୍ରତିଟି ନାଗରିକକୁ ସାମାଜିକ ଆର୍ଥିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ପାଇଁ ଉଲ୍ଲେଖ ରହିଛି।ସ୍ବାଧୀନତା ର୭୫ବର୍ଷ ପରେ ମଧ୍ୟ ଦେଶ ର…

ନନ୍ଦନକାନନ କଞ୍ଜିଆ ହ୍ରଦରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

Posted by - July 17, 2021 0
ବାରଙ୍ଗ 🙁 ସନ୍ତୋଷ ରାଉତ)ନନ୍ଦନକାନନ କାଞ୍ଜିଆ ହ୍ରଦରେ ଅଘଟଣ । ହ୍ରଦରେ ଜଣେ ଯୁବକ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଯୁବକ ଜଣଙ୍କ ସ୍ଥାନୀୟ…

କୃଷି ଆଇନ୍ ପ୍ରତ୍ୟାହାର ଦାବି ରେ ୧୬ ନମ୍ୱର୍ ଜାତୀୟ ରାଜପଥରେ ଚକା ବନ୍ଦ ଆନ୍ଦୋଳନ

Posted by - February 6, 2021 0
ବାଲେଶ୍ଵର / ରେମୁଣା:(ସମରେନ୍ଦ୍ର ବାରିକ)ନୂତନ ଭାବେ ପାରିତ, ତିନୋଟି କଳା କୃଷି ଆଇନ ଏବଂ ବିଦ୍ୟୁତ ବିଲ୍ ୨୦୨୦ ପ୍ରତ୍ୟାହାର ପାଇଁ, ଆଜକୁ ୭୩ ଦିନ ଧରି…