ସମ୍ବଲପୁର: ୨୩/୧୧(ରମାକାନ୍ତ ବିଶ୍ବାଳ) କୁଚିଣ୍ଡା ର ଏକ ଅଗ୍ରଣୀ ସଙ୍ଗଠନ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ଜାତୀୟ କବି ବୀରକିଶୋର ଜୟନ୍ତୀ ଉତ୍ସବ ଅନୁଷ୍ଠାନ ର ଉପସଭାପତି ରମେଶ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଭୟ ମହାପୁରୁଷ ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।ସେ ତାଙ୍କ ଭାଷଣ ରେ ନବ ବାବୁ ଜଣେ ମାନବ ବାଦି ଜନନେତା ଏବଂ ବିର କିଶୋର ଜଣେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଅଟନ୍ତି ବୋଲି କହିଥିଲେ ।ଶେଷରେ ସୁଶ୍ରୀ ଲିପି ବାଘ ଧନ୍ୟବାଦ ଜ୍ଞାପନ କରିଥିଲେ ।