ସମ୍ବଲପୁର: ୨୩/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମର ପଞ୍ଚାୟତର ଐତିହାସିକ ମଉଲା ଭଣଜା ପର୍ବତର ପାଦ ଦେଶରେ ଆରମ୍ଭ ହେଲା ସାପ୍ତାହିକ ବୁଧବାର ବଜାର। ଗ୍ରାମାଞ୍ଚଳ ଚାଷୀମାନଙ୍କ ଅର୍ଥ ନୈତିକ ବିକାଶ ପାଇଁ ଆରମ୍ଭ ହୋଇଥିବା ଏହି ବଜାରକୁ ସରପଞ୍ଚ ସତ୍ଯନାରାୟଣ ମହାନନ୍ଦିଆ, ଡା.ସନ୍ତୋଷ କୁମାର ସିଂ,ୱାର୍ଡସଭ୍ଯା ଆଲିଶା ବିଶ୍ବାଳ, ବିଶ୍ବକେସନ ବିଶ୍ୱାଳ, ଫିରୋଜ ବାଗ ପ୍ରମୁଖ ମିଲିତ ଭାବରେ ଫିତା କାଟି ଉଦ୍ଘାଟନ କରିଥିଲେ।
ଏହି ବଜାର ହେବା ପରେ ଝାରସୁଗୁଡା ଜିଲ୍ଲାର ସତାଧିକ ଗ୍ରାମର ଚାଷୀଙ୍କ ସହ ସମ୍ବଲପୁର ଜିଲ୍ଲାର ସଂଖ୍ୟାଧିକ ଚାଷୀ ସେମାନଙ୍କ ଉପାର୍ଜିତ ପନିପରିବାରକୁ ଏଠାରେ ବିକ୍ରିକରି ସହଜରେ ଅର୍ଥ ଉପାର୍ଜନ କରିପାରିବେ ଏବଂ ଆଖପାଖ ଅଞ୍ଚଳର ଲୋକେ ମଧ୍ଯ ହାତ ପାହାନ୍ତାରେ ସବୁଜ ପନିପରିବାର ସହ ନିତ୍ଯବ୍ଯବହାର୍ଯ୍ଯ ଜିନିଷ ପାଇପାରିବେ ବୋଲି ବରିଷ୍ଠ ଡା.ସନ୍ତୋଷ କୁମାର ସିଂ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଆଗକୁ ଏହା ପଞ୍ଚାୟତର ଅନ୍ଯ ଏକ ଆୟ ପନ୍ଥା ହୋଇ ପାରିବ ବୋଲି ସରପଞ୍ଚ ମହାନନ୍ଦିଆ ପ୍ରକାଶ କରିଛନ୍ତି।