୫ଦଫା ଦାବି ନେଇ ସମ୍ବଲପୁର ବନ୍ଦ ସଫଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ଦିଆଯାଇଛି ବାଦ

65 0

ସମ୍ବଲପୁର :୨୩/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ, ପାଣି ମିଟର ଓ ସ୍କାର୍ଟ ବିଦ୍ୟୁତ ମିଟର ଲଗାଇବା ବନ୍ଦ ଆଦି ୫ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ‘ସମ୍ବଲପୁର ବନ୍ଦର ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇ ଥିବା ବେଳେ ବନ୍ଦର ପ୍ରଭାବ ସମ୍ବଲପୁର ସହର ରେ ଦେଖିବାକୁ ମିଳିଥିଲା ।

ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟିର ସମ୍ବଲପୁର ବନ୍ଦକୁ ସମ୍ବଲପୁର ଜିଲା ଓକିଲ ସଂଘ, ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି, ଚିତ୍ରୋତ୍ପଳା ଯୁବକ ସଂଘ, ଯୁବ ଉଦୟନ, ଓଡିଶା ସାଂସ୍କୃତିକ ସମାଜ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ,ଜ୍ୟୋତି, ସମ୍ବଳ ଅନୁଷ୍ଠାନ ସମେତ ଅନେକ ସ୍ଵେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ସମର୍ଥନ କରିଛନ୍ତି । ତେବେ ବନ୍ଦରୁ ପରୀକ୍ଷା ଯୋଗୁଁ ସ୍କୁଲ, କଲେଜକୁ ବାଦ ଦିଆଯାଇଛି।

ଏହାଛଡ଼ା ସହରରେ ଜରୁରୀକାଳୀନ ସେବା ଯଥା ଦୁଗ୍ଧ, ପାଣି, ଚିକିତ୍ସା ଆଦି ଜାରି ରହିବ। ଏଥିସହ ରେଳ ଚଳାଚଳ ଓ ଜାତୀୟ ରାଜପଥରେ ଗମନାଗମନକୁ ବନ୍ଦରୁ ବାଦ ଦିଆଯାଇଛି ଅପରପକ୍ଷରେ ଆଜି ସମ୍ବଲପୁର ବନ୍ଦ ପାଇଁ ସହରର ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆଜିର ସମ୍ବଲପୁର ବନ୍ଦ ଡାକରାକୁ ସମ୍ବଲପୁର ବାସିନ୍ଦା ପୂର୍ଣ୍ଣ ସମର୍ଥନ କରିଥିବା ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ତରଫରୁ ସୂଚନା ଦିଆଯାଇଛି।

Related Post

କରୋନା ସ୍ଥିତି ଗମ୍ଭୀର: ଛଅଟି ପଞ୍ଚାୟତକୁ ସଟଡାଉନ.

Posted by - July 14, 2020 623
ଅନୁଗୁଳ :(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରୁ ଶନିବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳର…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

ରତ୍ନପଥର ଖନନ ସମୟରେ ଦୁଇ ଶ୍ରମିକ ମୃତ ଘଟଣା ,ରତ୍ନପଥର ବ୍ୟବସାୟୀ ରାଜୁ ସାହୁକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

Posted by - May 20, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ଗୁଲୁମି ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଥିଲା ରତ୍ନ ପଥର ଖନନ, ଦୁର୍ଭାଗ୍ୟ ବଶତଃ ସେହି ଗାତ ଭିତରେ ଫସି ଦୁଇ…

କଳାହାଣ୍ଡି ଉତ୍ତର ବନଖଣ୍ଡ‌ ଅଞ୍ଚଳରେ ହାତୀ ଆତଙ୍କ : ଫସଲ ନଷ୍ଟ ଅଭିଜୋଗ ଆଣିଲେ ଚାଷୀ

Posted by - October 28, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ଓ କେସିଙ୍ଗା ରେଞ୍ଜ୍ ଅଧିନସ୍ଥ ଗ୍ରାମ ଗୁଡିକରେ…

ଟିଟିଲାଗଡ଼ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2023 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ)ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି, ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼…