Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ପ୍ର. ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ, ଯୁବ ସମ୍ମାନ ପାଇବେ ଡିଲେଶ୍ୱର ରଣା

106 0

ନର୍ଲା:(ଅମିୟ କୁମାର ଦାସ ): ବିଶିଷ୍ଟ ଶିକ୍ଷାବିତ, ଲେଖକ, ଅଭିନେତା, ଗୀତିକାର, କଣ୍ଠଶିଳ୍ପୀ, ଉପସ୍ଥାପକ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସମ୍ମାନ’ ପ୍ରଦାନ କରାଯିବ। ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଏହି ସର୍ବୋଚ୍ଚ ସମ୍ମାନ ଦିଆଯିବ ବୋଲି ସୂଚନା ମିଳିଛି।

ପ୍ରଫେସର ଶତପଥୀ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହ ୨୫ରୁ ଉର୍ଦ୍ଧ୍ବ ପିଏଚଡି ଗବେଷକଙ୍କୁ ଗାଇଡ୍ କରିଛନ୍ତି। ତାଙ୍କର ଅନେକ ଲେଖା ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହେବାସହ ଅନେକ ଜାତୀୟ ଅନ୍ତର୍ଜାତୀୟ ଆଲୋଚନାଚକ୍ରରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ସେହିପରି କବିତା, ଗଳ୍ପ, ନାଟକ, ଆଲୋଚନା ପୁସ୍ତକ ରଚନା ବାଦ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା ପକ୍ଷରୁ ପ୍ରକାଶିତ ଅନେକ ପୁସ୍ତକ ବିଶ୍ୱବିଦ୍ୟାଳୟ ସ୍ତରରେ ପଢ଼ାଯାଉଛି। ଜଣେ ଉପସ୍ଥାପକ ଭାବେ ସେ ୧୯୭୧ ମସିହାରୁ ମଞ୍ଚ, ରେଡିଓ ଏବଂ ଟେଲିଭିଜନ ଉପସ୍ଥାପନା ସହ ଜଡ଼ିତ। ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ କଣ୍ଠଶିଳ୍ପୀ ଏବଂ ଦୂରଦର୍ଶନର ନିୟମିତ ଉପସ୍ଥାପକ। ରକ୍ତଦାନ ଶିବିର, ନାରୀ ସଶକ୍ତିକରଣ, ଏଡ୍ସ ସଚେତନତା, ନିଶାମୁକ୍ତି ଅଭିଯାନ, ସଡ଼କ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ, କେନ୍ସର ସଚେତନତା, ବୃକ୍ଷରୋପଣ, ଯୁବ ରେଡକ୍ରସ ସହିତ ସାମିଲ ରହିଛନ୍ତି।

ସେହିପରି ଏବର୍ଷର ‘ଦେବଗିରି ଯୁବ ସମ୍ମାନ’ ପାଇବେ ଉଦୀୟମାନ ଯୁବ ଲେଖକ ତଥା ଅଭିନେତା ଡିଲେଶ୍ୱର ରଣା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ ଓ କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି। ତାଙ୍କର ଗଳ୍ପ ସଂକଳନ ‘ସେଁର୍‌ରା’ ବିପୁଳ ପାଠକୀୟତା ଲାଭ କରିଥିବା ବେଳେ ନିକଟ ଅତୀତରେ ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ଉପନ୍ୟାସ ‘ମେଳିଭୂଇଁ’ ପ୍ରକାଶିତ ହୋଇଛି। ସାହିତ୍ୟ ସାଧନା ପାଇଁ ସେ ପିଏମ୍ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ଯୁବସହିତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ସଂପ୍ରତି ଜିଲ୍ଲା ଶିକ୍ଷା ବିଭାଗର ଜନଜାତି ସାଧନ କେନ୍ଦ୍ରରେ କାର୍ଯ୍ୟରତ ଡିଲେଶ୍ବର ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି।

ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଠାରେ ଅନୁଷ୍ଠିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ଉଭୟଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Related Post

ଗଡଜାତ ମହୋତ୍ସବ ର ତୃତୀୟ ସନ୍ଦ୍ୟା,ସୁସ୍ଥ ସମାଜ ଗଠନ ରେ ନିଜର ଉତ୍ସର୍ଗ ପ୍ରେରଣା ହେବା ଉଚିତ୍”

Posted by - December 18, 2021 0
ବୌଦ୍ଧ:( ଚିତ୍ତ ରଂଜନ ସିଂ)ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମାଜକୁ ଶୃଙ୍ଖଳିତ ଓ…

ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ପାଳିଲେ ଡମ୍ବରୁଧର।

Posted by - August 12, 2020 0
ଯାଜପୁର ଅଫିସ:(ସ୍ପେଶାଲ ରିପୋର୍ଟ-ସୌମ୍ୟାସାଇ ବାରିକ୍)ପାବନ ଭୂମି ଭାରତ ବର୍ଷ ରେ କୃଷ୍ଣ ଙ୍କ ଧରାବତରଣ ବିଶ୍ଵ କୁ ପ୍ରେମ ର ବାର୍ତ୍ତା ପ୍ରଦାନ କରେ। ଦ୍ଵାପର ଯୁଗରୁ…

ଜିଲ୍ଲାପାଳ ଙ୍କ ଅଭିନବ ପଦକ୍ଷେପ: ବାଳାଶ୍ରମ ଅନ୍ତେବାସୀଙ୍କ ଜନ୍ମ ଦିନ ପାଳନ

Posted by - January 4, 2020 166
ଯାଜପୁର,୪/୧( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଟାଉନ ସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଶନିବାର ଦିନ ଦୁଇ ଅନ୍ତେବାସୀ ସନାତନ ଓ ଅସାଳୁ ଙ୍କ ଜନ୍ମ ଦିନ ପାଳନ…

ଦୁନିଆ ରେ ଏବେ ବି ବଞ୍ଚିଛି ମାନବିକତା

Posted by - November 28, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଗତକାଲି ବିଳମ୍ବିତ ରାତ୍ରରେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ଚମ୍ପାଦରା ଗ୍ରାମକୁ ଏକ ଶବ ପହଞ୍ଚାଇବାକୁ ମେଡିକାଲ କର୍ତ୍ତୃପକ୍ଷ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା, ଅସହାୟ ବୃଦ୍ଧ‍ଙ୍କୁ ଘର ମିଳିବ କେବେ??

Posted by - October 25, 2019 0
କେନ୍ଦୁଝର,୨୫/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚ‍ୟତ ର ବିଧବା ଚ଼ନ୍ଦ୍ରମଣୀ ପଲେଇ ତାଙ୍କର ରୋଗୀଣା ଝିଅ ମିଶି ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି।ତାଙ୍କର କେହି…